ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ, କେନ୍ଦ୍ରାପଡାରୁ ଅନୁଭବ, ଶଶୀଭୂଷଣ ଭରିବେ ପ୍ରାର୍ଥୀପତ୍ର

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର ୯|୪ : ଆଜି ଓଡ଼ିଶାରେ ଶେଷ ହେବ ପ୍ରାର୍ଥୀପତ୍ର ଦାଖଲ । ଚତୁର୍ଥ ପର୍ଯ୍ୟାୟ ପାଇଁ ହେବାକୁ ଥିବା କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ନାମାଙ୍କନ ଶେଷ ହେବ । ଶେଷ ଦିନରେ ନାମାଙ୍କନ ଭରିବେ ଅନେକ ପ୍ରାର୍ଥୀ ।

କେନ୍ଦ୍ରାପଡାରୁ ବିଜେଡି ସାଂସଦ ପ୍ରାର୍ଥୀ ଅଭୁଭବ ମହାନ୍ତି ନାମାଙ୍କନ ଦାଖଲ କରିବେ । ବିଶାଳ ଶୋଭାଯାତ୍ରାରେ ଯାଇ ସେ ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ କରିବେ । ଏହାସହ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଶଶୀଭୂଷଣ ବେହେରା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ ।

ଗତରାତିରେ କେନ୍ଦ୍ରାପଡା କାର୍ଡ ଖେଳିଥିଲା ବିଜେଡି । ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରାକୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯାଇଥିଲା । ଜୟଦେବରୁ ଟିକେଟରୁ ବଞ୍ଚିତ ଶଶୀଭୂଷଣଙ୍କ ଶ୍ବଶୁର ଘର ହେଉଛି କେନ୍ଦ୍ରାପଡା । ତେଣୁ ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରି ଦଳ ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ସହ ଶଶୀଙ୍କୁ ମଧ୍ୟ ମନାଇ ପାରିଛି । ଏହି ଆସନ ପାଇଁ କିଶୋର ତରାଇ ଓ ସିପ୍ରା ମଲ୍ଲିକ ଆଶାୟୀ ଥିଲେ । ଆଳିରୁ କଂଗ୍ରେସ ପ୍ରର୍ଥୀ ଦେବେନ୍ଦ୍ର ଶର୍ମା ଆଜି ନାମାଙ୍କନ ଦାଖଲ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.