Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଆଜି ବଉଳା ଗଣେଶ ଚତୁର୍ଥୀ : ଏପରି କରନ୍ତୁ ପୂଜା ପାଠ ,ମିଳିବ ପ୍ରଚୁର ଧନ

19/08/2019 at 1:33 PM

ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ମହତ୍ତ୍ବ ରହିଥାଏ। ପ୍ରତ୍ୟେକ ମାସରେ ସମସ୍ତ ଦେବତାଙ୍କ ପୂଜା ଏବଂ ବ୍ରତ ଭିନ୍ନ ଭିନ୍ନ ବିଧିରେ ହୋଇଥାଏ। ଏହି ପରି ଭାଦ୍ରବ ମାସର ମଧ୍ୟ ହିନ୍ଦୁ ଧର୍ମରେ ବହୁତ ମହତ୍ତ୍ବ ରହିଥାଏ। ପ୍ରତି ମାସରେ ଭାଦ୍ରବ ମାସରେ କୃଷ୍ଣ ପକ୍ଷ ଚତୁର୍ଥୀକୁ ବଉଳା ଗଣେଶ ଚତୁର୍ଥୀ ପାଳନ କରାଯାଇଥାଏ ଯାହା ଏଥର ଆଜି ପଡ଼ିଛି। ଆଜି ସଙ୍କଷ୍ଟି ଚତୁର୍ଥୀ ଏବଂ ଏହି ଦିନ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ବାରା ଖାସ୍ ଫଳ ମିଳିଥାଏ। ବଉଳା ଚତୁର୍ଥୀ ବ୍ରତରେ ଗୋ-ପୂଜନକୁ ଅତ୍ୟନ୍ତ ମହତ୍ତ୍ବ ଦିଆଯାଇଥାଏ। ଚନ୍ଦ୍ର ଦର୍ଶନ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।

ପୌରାଣିକ ପ୍ରଥା ଅନୁସାରେ ଏହି ଦିନ ମାତାମାନେ କୁମ୍ଭାରଙ୍କ ଦ୍ବାରା ମାଟିରୁ ଭଗବାନ ଶିବ-ପାର୍ବତୀ ,କାର୍ତ୍ତିକେୟ-ଶ୍ରୀଗଣେଶ ତଥା ଗାଈଙ୍କ ପ୍ରତିମା ଗଢ଼ି ମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା କରିବାର ପ୍ରଥା ରହିଛି। ଏହି ଭଳି ପୂଜା କଲେ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣ ଗୋ-ପୂଜା ଦିନ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି।

ବଉଳା ଚତୁର୍ଥୀ ପଛରେ ଏକ ଲୋକକଥା ମଧ୍ୟ ପ୍ରଚଳିତ ରହିଛି। ଥରେ ବଉଳା ନାମକ ଗାଈ ଜଙ୍ଗଲରେ ବହୁତ ଦୂର ପର୍ଯ୍ୟନ୍ତ ଚାଲିଯାଇଥିଲା। ଏଠାରେ ଗୋଟିଏ ବାଘ ତାକୁ ଖାଇବା ପାଇଁ ତା’ର ବାଟ ଓଗାଳିଥିଲା। ଗାଈଟି ବାଘକୁ ଅନୁରୋଧ କରିଥିଲା ଯେ ତା’ର ଭୋକିଲା ବାଛୁରୀକୁ ସେ କ୍ଷୀର ପିଆଇ ତା ପାଖକୁ ଫେରି ଆସିବ। ଏହା ଶୁଣି ବାଘ ତାକୁ ଛାଡ଼ି ଦେଉଛି। ଏପରି କରିବା ଦ୍ବାରା ତାକୁ ବାଘଠୁ ମୁକ୍ତି ମିଳୁଛି ଏବଂ ସେ ନିଜ ପୂର୍ବ ରୂପ ଗନ୍ଧର୍ବ ରୂପରେ ପ୍ରକଟ ହେଉଛି।

ଏପରି କରନ୍ତୁ ବଉଳା ଚତୁର୍ଥୀ ବ୍ରତ :

ବଉଳା ଚତୁର୍ଥୀ ବ୍ରତ ଭାଦ୍ରବ ମାସର କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ଏହି ଚତୁର୍ଥୀକୁ ସାଧାରଣତଃ ବଉଳା ଚତୁର୍ଥୀ ଭାବେ ଜଣାଯାଇଥାଏ।

ଯେଉଁ ବ୍ୟକ୍ତି ଚତୁର୍ଥୀ ଦିନ ଦିନସାରା ବ୍ରତ ରଖି ସନ୍ଧ୍ୟାରେ ଭଗବାନ ଶ୍ରୀ କୃଷ୍ଣ,ଶିବଙ୍କ ପରିବାର ତଥା ଗାଈ-ବାଛୁରୀଙ୍କୁ ପୂଜା କରିଥାଏ ତାଙ୍କୁ ଅପାର ଧନ ଏବଂ ସମସ୍ତ ପ୍ରକାରର ଐଶ୍ବର୍ଯ୍ୟ ଏବଂ ସନ୍ତାନ ସୁଖ ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସନ୍ତାନ ସୁଖ ମିଳିଥାଏ।

   Related Posts