ଆଜିଠୁ ଫଟାଫଟ କ୍ରିକେଟ୍ ମହାକୁମ୍ଭ: IPL ୧୪ ସଂସ୍କରଣ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବୀରାଟ ବାହିନୀ-ରୋହିତ୍ ଏଣ୍ଡ କୋ

Published By : Prameya-News7 Bureau | April 09, 2021 IST

ଚେନ୍ନାଇ ୯/୪ : ଆଜିଠୁ ଜମିବ କ୍ରିକେଟ୍ ମହାକୁମ୍ଭ । ପିଚରେ ଜମିବ ଛକା ଚଉକାର ବର୍ଷା । କ୍ରିକେଟ୍ ମୈଦାନରେ ମ୍ୟାଚର ମଜ୍ଜା ନେବେ ଦର୍ଶକ । ଟି-୨୦ କ୍ରିକେଟ୍‌କୁ ନୂଆମୋଡ଼ ଦେଇଥିବା ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଏଥର କିନ୍ତୁ ବିଦେଶ ନୁହେଁ, ଘରୋଇ ମାଟିରେ ଖେଳିବେ ଖେଳାଳୀ ।

ତେବେ ଫଟାଫଟ୍ କ୍ରିକେଟକୁ ଲାଗିଛି କରୋନା ଗ୍ରହଣ । ତଥାପି ଆଶା ଓ ଆଶଙ୍କାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ପୂର୍ବଭଳି ଏଥର ବି ବିନା ଦର୍ଶକରେ ଖେଳିବେ ଷ୍ଟାର ଖେଳାଳୀ । ବିସିସିଆଇ ପାଇଁ କିନ୍ତୁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି କରୋନାମୁକ୍ତ ଆଇପିଏଲ୍ ଆୟୋଜନ । ଖୋଦ୍ ଖେଳାଳି ବି ମାନସିକ ରୂପେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନେ ସଂକ୍ରମଣର ଶିକାର ହୋଇଛନ୍ତି ।  ସେପଟେ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଆଜି ଦେଖିବାକୁ ମିଳିବ କଡ୍ଡା ଟକ୍କର । ମୁହାଁମୁହିଁ ହେବେ ୨ ଦମଦାର ଟିମ୍  । ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଫାଇଟ୍ । ସଂଧ୍ୟା ୭ଟା ୩୦ରୁ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍ଖେଳାଳି, ଅଧିକାରୀ, ପ୍ରଶଂସକ ସମସ୍ତେ ଏଥିଲାଗି ପ୍ରସ୍ତୁତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.