Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଓ କୋଲକାତା, ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ କେକେଆର

16/10/2020 at 2:55 PM

ଆବୁଧାବି, ୧୬|୧୦:  ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ । କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ରେ ଅପରାଜେୟ ଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇର ମନୋବଳ ଦ୍ୱିଗୁଣିତ ରହିଛି । ଅନ୍ୟ ପଟରେ କୋଲକାତା ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା ପାଇଁ କୋଲକାତା ଲକ୍ଷ୍ୟ ରଖିବ ।

ଆବୁଧାବିରେ ହୋଇଥିବା ପ୍ରଥମ ଭେଟରେ କୋଲକାତାକୁ ୪୯ରନ୍‌ରେ ହରାଇଥିଲା ମୁମ୍ବାଇ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫/୧୯୫ରନ୍‌ କରିଥିବାବେଳେ କୋଲକାତା ୯/୧୪୯ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟଥର ଆବୁଧାବିରେ ଉଭୟ ଦଳ ସାମ୍ନାସାମ୍ନି ହେବେ । ରେକର୍ଡ଼ ଓ ବର୍ତ୍ତମାନର ପ୍ରଦର୍ଶନ ମୁମ୍ବାଇକୁ ବିଜୟ ଦାବିଦାର ରଖିଛି । କୋଲକାତା ବିପକ୍ଷରେ ମୁମ୍ବାଇର ରେକର୍ଡ଼ ୨୦-୬ ରହିଛି । ରୋହିତଙ୍କ ମୁମ୍ବାଇ ଦଳ ୭ ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇଛି । ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ସବୁଠୁ ଶକ୍ତିଶାଳୀ । ସମସ୍ତ ବ୍ୟାଟ୍ସମ୍ୟାନ୍‌ ଭିନ୍ନ ଭିନ୍ନ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ବୋଲରମାନେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛନ୍ତି । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି। ଆବୁଧାବି ଗ୍ରାଉଣ୍ଡରେ ରୋହିତ ୨ଟି ଯାକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେହିପରି ସୂର୍ଯ୍ୟକୁମାର ଯାଦବ, ଈଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ରୋହିତ ପୂର୍ବଭଳି ଆସନ୍ତାକାଲି ୩ଜଣ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ୍‌ ବୁମ୍‌ରା ଓ ଜେମ୍ସ ପାଟିନସନ୍‌ଙ୍କ ନେଇ ଆକ୍ସନକୁ ଓହ୍ଲାଇବେ । ଏହି ୩ଜଣ ବୋଲର ୩୧ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଆଜି ରୋହିତ ଓ କୋଲକାତା ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

କୋଲକାତା ୭ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଛି । ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରୁ ବୃହତ ୮୨ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା । ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ସ୍ପିନର ସୁନିଲ ନାରାଏନ୍‌ ଏହି ମ୍ୟାଚ୍‌ ଖେଳିନଥିଲେ । ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି । ପୂର୍ବ ମ୍ୟାଚ୍‌ରେ ଓପନିଂ ସୁଯୋଗ ପାଇଥିବା ଟମ୍‌ ବାଣ୍ଟନ ନିରାଶ କରିଥିଲେ । ବାଣ୍ଟନଙ୍କ ସ୍ଥାନରେ ଅଲରାଉଣ୍ଡର ଲୋକି ଫର୍ଗୁସନ୍‌ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ସେ ଡେଥ୍‌ ବୋଲିଂ ସମସ୍ୟା ଦୂର କରିପାରିବେ । ଯଦି ଫର୍ଗୁସନଙ୍କୁ ସୁଯୋଗ ମିଳେ, ତା’ହେଲେ ଦଳ କମଳେଶ ନାଗରକୋଟିଙ୍କ ସ୍ଥାନରେ ଦ୍ୱିତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଖେଳାଇପାରେ । ଦୁର୍ଦ୍ଦଶ ଆନ୍ଦ୍ରେ ରସେଲଙ୍କ ଫର୍ମ ଚିନ୍ତାଜନକ ରହିଛି । ସେ ୭ଟି ମ୍ୟାଚ୍‌ରୁ ମାତ୍ର ୭୧ରନ୍‌ କରିଛନ୍ତି ।

   Related Posts