Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

IPL ଫାଇଟ୍ : ଆଜି ଚେନ୍ନାଇ-ହାଇଦ୍ରାବାଦ କଡ୍ଡା ଟକ୍କର

28/04/2021 at 7:42 AM

ନୂଆଦିଲ୍ଲୀ ୨୮/୪ : ଆଜି IPL ରେ ଜୋରଦାର ମୁକାବିଲା । ତିନି ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବଦ । ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯିବ ଏହି ମ୍ୟାଚ୍ । ଚଳିତ ବର୍ଷ ଚେନ୍ନାଇର ଭଲ ପ୍ରଦର୍ଶନ ଥିବାବେଳେ ହାଇଦ୍ରାବଦାର ପ୍ରଦର୍ଶନ ସେତେଟା ଭଲ ନାହିଁ । ଚେନ୍ନାଇ ୫ମ୍ୟାଚ୍‌ରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି।

ସେହିପରି ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ହାଇଦ୍ରାବାଦ ରହିଛି ଶେଷ ସ୍ଥାନରେ । ଚେନ୍ନାଇ ଓ ହାଇଦ୍ରାବାଦ କିନ୍ତୁ ଆଇପିଏଲ୍‌ରେ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି । ଦୁଇଟି ଯାକ ଦଳ ୨୦୧୮ ମସିହା ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ । ସେହି ଟ୍ରଫି ଟକ୍କର ମ୍ୟାଚ୍‌ରେ ବିଜୟୀ ହୋଇ ଚେନ୍ନାଇ ତୃତୀୟ ଥର ପାଇଁ ବିଜେତା ଆଖ୍ୟା ପାଇଥିଲା ।

ଗତବର୍ଷ ୟୁଏଇରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିଲେ ଚେନ୍ନାଇ ଓ ହାଇଦ୍ରାବାଦ । ୨୦୨୦ ଆଇପିଏଲ୍‌ର ପ୍ରଥମ ମୁକାବିଲାକୁ ହାଇଦ୍ରାବାଦ ରୋମାଞ୍ଚକର ଭାବେ ଜିତି ନେଇଥିଲା । ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା ଚେନ୍ନାଇ । ତେବେ ଚଳିତବର୍ଷ ମୁମ୍ବାଇରେ ଖେଳିଥିବା ନିଜ ପ୍ରଥମ ୫ ମ୍ୟାଚ୍‌ରୁ ଚେନ୍ନାଇ ୪ଟିରେ ବିଜୟୀ ହୋଇଥିବାରୁ ଦିଲ୍ଲୀରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ଚାହିବ । ସେପଟେ ଆଜିର ମ୍ୟାଚ୍ ଜିତିବାକୁ ସମସ୍ତ ପ୍ରକାର ରଣ କୌଶଳ ଆପଣାଇବ ଓ୍ୱାର୍ଣ୍ଣର ବାହିନୀ

   Related Posts