IPLରେ ଆଜି ଡବଲ୍ ଫାଇଟ୍: ପଞ୍ଜାବ-ହାଇଦ୍ରାବାଦ, କୋଲକାତା-ଚେନ୍ନାଇ ଟକ୍କର

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧/୪: ଆଜି IPL ରେ ମହାମୁକାବିଲା । ବୁଧବାରରେ ଆଜି ହେବ ଡବଲ ଫାଇଟ । ଅପରାହ୍ନ ୩.୩୦ରେ ଚେନ୍ନାଇରେ ମୁହାଁମୁହାଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ପଞ୍ଜାବ କିଙ୍ଗ୍ସ । ସେହିପରି ରାତି ୭.୩୦ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ମଧ୍ୟରେ ଖେଳାଯିବ ମ୍ୟାଚ । ପ୍ରଥମ ମ୍ୟାଚଟି ହାଇଦ୍ରାବାଦ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ।

wp:gallery {"ids":[441652],"linkTo":"none"} /wp:gallery

ଲଗାତାର ୩ଟି ମ୍ୟାଚ ହାରିବା ପରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଓ୍ୱାର୍ଣ୍ଣର ବାହିନୀ । ସେହିପରି ପଞ୍ଜାବ ୩ଟିରୁ ଗୋଟିଏ ମ୍ୟାଚ୍ ଜିତି ଆରସିବି ତୁଳନାରେ ଅପେକ୍ଷା କୃତ ଭଲ ପୋଜିସନର ରହିଛି ।  ତେବେ ଏହି ମ୍ୟାଚ୍ ଉଭୟ ଟିମ୍ ବେଶ୍ ଗୁରୁତ୍ୱ  । ସେପଟେ ୨ୟ ମ୍ୟାଚରେ ଆଜି ହେବିଓ୍ୱେଟ୍ ମୁକାବିଲା ହେବେ ।

wp:gallery {"ids":[441653],"linkTo":"none"} /wp:gallery

ଧୋନୀ ବାହିନୀ ସହ କେକେଆରର କଡ୍ଡା ଟକ୍କର ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ୨ଟି ମ୍ୟାଚ୍ ଜିତି ଚେନ୍ନାଇର ମନୋବଳ ଦୃଢ ରହିଛି । ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଧୋନୀ ଧୂରନ୍ଧର । ଅନ୍ୟପକ୍ଷରେ ଲଗାତାର ହାରିବା ପରେ ସଂଘର୍ଷ କରୁଛି କୋଲାକାତା ନାଇଟ ରାଇଡର୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.