Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଇପିଏଲ-୨୦୨୦ : ଆଜି ପଞ୍ଜାବ-କୋଲକାତା ମୁକାବିଲା, ଉଭୟ ଦଳକୁ ଦରକାର ବିଜୟ

26/10/2020 at 3:53 PM

ଦୁବାଇ, ୨୬୧୦ଲଗାତର ୪ଟି ବିଜୟ ପରେ କିଙ୍ଗସ ଏକାଦଶ ପଞ୍ଜାବର ମନୋବଳ ଦୃଢ ରହିଛି । ଦଳ ଏବେ ପ୍ଲେ ଅଫରେ ସ୍ଥାନ ପକ୍କା କରିବା ଦୌଡରେ ମଧ୍ୟ ରହିଛି । ଦଳ ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ପଞ୍ଜାବ ୧୧ଟି ମ୍ୟାଚ୍ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ପାଇଛି । ସେହିପରି କେକେଆର ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ପଞ୍ଜାବ ଜିତିଲେ ଟପ୍ ୪କୁ ଆସିଯିବ । ସେହିପରି କେକେଆର ମ୍ୟାଚ୍ ଜିତିଲେ ୧୪ ପଏଣ୍ଟ ପାଇ ପ୍ଲେ ଅଫରେ ନିଜର ଦାବିକୁ ଅଧିକ ମଜବୁତ କରିବ ।

ଏବେ ପ୍ଲେ ଅଫ ମୁକାବିଲା ଅଧିକ ରୋମାଞ୍ଚକର ହୋଇପଡିଛି । ଉଭୟ ପଞ୍ଜାବ ଓ କୋଲକାତା ବିଜୟର ମହତ୍ତ୍ୱ ବୁଝନ୍ତି । ଏବେ ପଞ୍ଜାବ ଆକର୍ଷଣୀୟ ଫର୍ମରେ ଅଛି । ଲଗାତର ୫ଟି ମ୍ୟାଚ୍ ହାରିବା ପରେ ପଞ୍ଜାବ ୪ଟି ମ୍ୟାଚ୍ ଜିତିଛି ।

ପ୍ଲେ ଅଫରେ ପହଁଚିବାକୁ ପଞ୍ଜାବକୁ ଆହୁରି ୩ଟି ମ୍ୟାଚ୍ ଜିତିବାକୁ ହେବ । ପଞ୍ଜାବର ବୋଲିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ ରହିଥିଲା । କିନ୍ତୁ ଶନିବାର ଦଳର ବ୍ୟାଟସମ୍ୟାନ୍ ବିଫଳ ହୋଇଥିଲେ ମଧ୍ୟ ବୋଲରମାନେ ନିଜର ପାରଦର୍ଶିତା ଦେଖାଇ ହାଇଦ୍ରାବାଦକୁ ୧୧୪ ରନରେ ଅଟକାଇଥିଲେ । ବ୍ୟାଟିଂରେ କ୍ରିସ ଗେଲଙ୍କ ଭଳି ଅଭିଜ୍ଞ ବ୍ୟାଟସମ୍ୟାନ୍ ଦଳରେ ରହିଛନ୍ତି ।

ଏତତ୍ ବ୍ୟତୀତ, କେକେଆରକୁ ଜିତିବାକୁ ହେଲେ ବ୍ୟାଟିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । କିନ୍ତୁ ଦଳର ବୋଲିଂ ମଜବୁତ ରହିଛି । ଲକି ଫର୍ଗ୍ୟୁସନ ଦଳରେ ସାମିଲ ହେବା ପରେ ବୋଲିଂ ବିଭାଗ ଶକ୍ତିଶାଳୀ ହୋଇଛି ।

   Related Posts