Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଆଜିର ଦିନରେ ଐତିହାସିକ ବିଜୟ ଲାଭ କରିଥିଲା ଧୋନୀସେନା, ପାକିସ୍ତାନକୁ ହରାଇ ବିଶ୍ୱକପ ଫାଇନାଲରେ କରିଥିଲା ପ୍ରବେଶ

30/03/2020 at 4:15 PM

ମୋହାଲି, ୩୦|୦୩:  ମାର୍ଚ୍ଚ ୩୦, ୨୦୧୧ । ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇ ରହିଥିବ । ଆଜିର ଦିନରେ ୯ ବର୍ଷ ପୂର୍ବେ ଭାରତୀୟ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ପାକିସ୍ତାନକୁ ବିଶ୍ୱକପ ସେମିଫାଇନାଲରେ ପରାସ୍ତ କରି ପାଇନାଲରେ ପ୍ରବେଶ କରିଥିଲା । ଏହା ସହ ବିଶ୍ୱକପରେ ପାକିସ୍ତାନକୁ ସର୍ବଦା ପରାସ୍ତ କରିବାର ରେକର୍ଡ ମଧ୍ୟ ଅତୁଟ ରଖିଥିଲା ।

ଏହି ମ୍ୟାଚରେ ଭାରତ ପାକିସ୍ତାନରୁ ପଞ୍ଜାବର ମୋହାଲି ଷ୍ଟାଡିାୟମରେ ୨୯ ରନରେ ପରାସ୍ତ କରିଥିଲା । ହାଇଭୋଲଟେଜ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବିରେନ୍ଦ୍ର ସେହ୍ୱାଗ ଓ ସଚିନନ ତେନ୍ଦୁଲକର ଓପନର ଭାବେ ପଡିଆକୁ ଓହ୍ଲାଇଥିଲେ । ଉଭୟ ଓପନିଂରେ ୪୮ ରନ କରିଥିଲେ । ଦଳ ମୋଟ ୨୬୦ ରନ କରିବାରେ ସଫଳ ହୋଇଥିଲା ।

୨୬୧ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକ୍ ୨୩୧ ରନର ଅଟକି ଯାଇଥିଲା । ଫଳରେ ଭାରତ ୨୯ ରନରେ ବିଜୟ ହାସଲ କରି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା ।

ମ୍ୟାଚରେ ଭାରତର ୫ଜଣ ବୋଲର ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ । ଏହାସହ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ।

   Related Posts