Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆଜିର ଦିନରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ, ୭ ବର୍ଷ ତଳର ମାହିଙ୍କ ସେହି ଅନନ୍ୟ ରେକର୍ଡ ଭାଙ୍ଗିନି କିମ୍ବା ଭାଙ୍ଗିପାରିବ ନାହିଁ

23/06/2020 at 3:47 PM

ନୂଆଦିଲ୍ଲୀ, ୨୩|୦୬:  ଆଜିର ଦିନ ଅର୍ଥାତ ୨୦୧୩ ମସିହା ଜୁନ ୨୩ ତାରିଖରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାମରେ କରିଥିଲା । ଏହି ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରହିଥିଲେ । ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ବିଜୟୀ ହେବା ସହ ଧୋନୀ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ । ଧୋନୀ ଏପରି କିଛି କରିଥିଲେ ଯାହା ବିଶ୍ୱର କୌଣସି ଅଧିନାୟକ କରିପାରି ନାହାଁନ୍ତି ।

ଭାରତୀୟ ଦଳର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ଧୋନୀଙ୍କ ନାମରେ ବହୁତ ରେକର୍ଡ ରହିଛି । କିନ୍ତୁ ଏପରି ଏକ ରେକର୍ଡ ରହିଛି ଯାହାକୁ ଭାଙ୍ଗିବା ଅସମ୍ଭବ । କାରଣ ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ଏହି ଟୁର୍ଣ୍ଣାମେଣ୍ଟକୁ ଶେଷ କରିଦିଆଯାଇଛି । ଏବେ କୌଣସି ଅଧିନାୟକ ଟି୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଓ ଚାମ୍ପିଅନ୍ସ ଟ୍ରଫି ଜିତିପାରି ନାହାଁନ୍ତି ।

ଧୋନୀ ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଯିଏ ୨୦୦୭ ଟି୨୦ ବିଶ୍ୱକପ, ୨୦୧୧ ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ହାସଲ କରିଛନ୍ତି । ଏହି ତିନୋଟି ଟୁର୍ଣ୍ଣାମେଣ୍ଟରେ ଧୋନୀ ହିଁ ଭାରତର ଅଧିନାୟକ ରହିଥିଲେ । ଭାରତ ଜିତିଥିବା ଚାମ୍ପିଅନ୍ସ ଟ୍ରଫି ବର୍ମିଂହାମରେ ଖେଳାଯାଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ୨୦ ଓଭର କରାଯାଇଥିଲା । ଏହି ମ୍ୟାଚ ଅତି ରୋମାଞ୍ଚକର ଥିଲା । ତେବେ ଭାରତ ଧୋନୀଙ୍କ ନେତୃତ୍ୱରେ ହିଁ ମ୍ୟାଚ ଜିତିନେଇଥିଲା ।  ବିରାଟ କୋହଲି ଏହି ମ୍ୟାଚରେ ଆକର୍ଷଣୀୟ ଇନିଂସ ଖେଳିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ପାଳି ଖେଳିଥିଲେ ।

ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ୨୦ ଓଭର କରି ଦିଆଯାଇଥିଲା । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଶିଖର ଧାଓ୍ୱନ ୨୪ ବଲରେ ୩୧, ବିରାଟ କୋହଲି ୩୪ ବଲରେ ୪୧ ରନ୍ କରିଥିଲେ । ଏତତ୍ ବ୍ୟତୀତ ରବୀନ୍ଦ୍ର ଜାଡେଜା ୨୫ ବଲରୁ ୩୩ ରନ୍ ସ୍କୋର କରିଥିଲେ । ଭାରତର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ଭାରତ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୧୨୯ ରନ୍ କରିପାରିଥିଲା । ଇଂଲଣ୍ଡ ସହଜରେ ଏହି ମ୍ୟାଚ ଜିତିପାରିଥାନ୍ତା । କିନ୍ତୁ ରବୀନ୍ଦ୍ର ଜାଡେଜା ଓ ରବିନ୍ଦ୍ରଚନ୍ଦ୍ର ଅଶ୍ୱିନୀଙ୍କ ସ୍ପିନ୍ ଆଟାକ୍ ଆଗାରେ ଇଂଲଣ୍ଡ ବ୍ୟାଟସମ୍ୟାନ୍ ଫେଲ୍ ହୋଇଯାଇଥିଲେ । ଭାରତ ୫ ରନରେ ଏହି ମ୍ୟାଚ ଜିତିନେଇଥିଲା ।

   Related Posts