Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ତାରିଖର ଅନନ୍ୟ ରେକର୍ଡ, ରୋହିତ ଶର୍ମାଙ୍କ ବ୍ୟାଟିଂରେ ଉଡିଯାଇଥିଲା ପାକିସ୍ତାନର ହୋସ୍, ବିଶ୍ୱକପରେ ଭାରତର ସପ୍ତମ ବିଜୟ

16/06/2020 at 4:01 PM

ନୂଆଦିଲ୍ଲୀ, ୧୬|୦୬:    ଭାରତ ଗତ ବର୍ଷ ଆଜିର ଦିନରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ଲଗାତାର ସପ୍ତମ ବିଜୟ ହାସଲ କରିଥିଲା । ଜୁନ ୧୬, ୨୦୧୯ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଏହି ମହା ମୁକାବିଲାରେ ପାକିସ୍ତାନ ବିରୋଧରେ ଭାରତ ନିଜର ବିଜୟ ରେକର୍ଡ କାଏମ ରଖିଥିଲା । ଏହି ମ୍ୟାଚରେ ରୋହିତ ୧୪୦ ରନ କରିଥିବା ବେଳେ ବିରାଟ କୋହଲି ୭୭ ରନ କରିଥିଲେ । ଉଭୟ ଦେଶ ୧୯୯୨ରେ ପ୍ରଥମ ଥର ପାଇଁ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରିଥିଲା ।

ସେହିପରି ଭାରତ ୧୯୯୬ ବିଶ୍ୱକପରେ ମଧ୍ୟ ପାକିସ୍ତାନକୁ ୩୯ରନରେ ହରାଇଥିଲା । ଏହି ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଇଥିଲା । ୧୯୯୯ ମାଞ୍ଚେଷ୍ଟରରେ ଖେଳାଯାଇଥିବା ବିଶ୍ୱକପର ଏକ ମ୍ୟାଚରେ ମଧ୍ୟ ଭାରତ ପାକ୍‌କୁ ୪୭ ରନରେ ପରାସ୍ତ କରିଥିଲା । ଆହୁରି ମଧ୍ୟ ୨୦୦୩ରେ ସେଞ୍ଚୁରିଆନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ହାଇ ଭୋଲଟେଜ୍ ମୁକାବିଲାରେ ଭାରତ  ପାକିସ୍ତାନକୁ ୬ ଓ୍ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ସଚିନ ତେନ୍ଦୁଲକର ୯୮ ରନ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୧ରେ ସେମିଫାଇନାଲ୍ ମୁକାବିଲାରେ ପାକିସ୍ତାନକୁ ଭେଟିଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୬୦ ରନ୍ କରିଥିଲା । ଜବାବରେ ପାକିସ୍ତାନ ୨୩୧ରନରେ ଅଟକି ଯାଇଥିଲା । ଏହି ମୁକାବିଲାରେ ସଚିନ ତେନ୍ଦୁଲକର ୮୫ ରନ୍ କରିବା ସହ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିଲେ ।

୨୦୧୫ ବିଶ୍ୱକପରେ ଭାରତ ପାକ୍ ବିପକ୍ଷରେ ଏକତରଫା ବିଜୟ ହାସଲ କରିଥିଲା । ଦଳ ୪୬ ରନରେ ବିଜୟ ଲାଭ କରିଥିଲା । ବିରାଟ କୋହଲି ୧୦୭ ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ ।

   Related Posts