Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାରତ –ଓ୍ବେଷ୍ଟଇଣ୍ଡିଜ ମ୍ୟାଚ : ଆଜି ଚେନ୍ନାଇରେ ଶେଷ ଟି ଟ୍ବେଣ୍ଟି ମ୍ୟାଚ

11/11/2018 at 10:53 AM

ଚେନ୍ନାଇ ୧୧/୧୧: ଆଜି ଚେନ୍ନାଇରେ ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ସିରିଜର ତୃତୀୟ ତଥା ଶେଷ ଟି ଟ୍ବେଣ୍ଟି ମ୍ୟାଚ। ମ୍ୟାଚକୁ ଜିତି ସିରିଜ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିବ ଘରୋଇ ଦଳ। ଲକ୍ଷ୍ନୌରେ ସିରିଜକୁ କବ୍ଜା କରିବାପରେ ଆଜିର ମ୍ୟାଚରେ ରୋହିତ କିଛି ନୂଆ ମୁହଁକୁ  ଦଳରେ ସାମିଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ସିରିଜରେ ଏଯାଏ ଖେଳିନଥିବା ଶ୍ରେୟାସ ଆୟାର,ୱାଶିଂଟନ ସୁନ୍ଦର,ଶାହବାଜ ନଦିମଙ୍କୁ ସୁଯୋଗ ମିଳିପାରେ। ଆଜିର ମ୍ୟାଚରେ ଚୟନକର୍ତ୍ତା ଯଶପ୍ରୀତ ବୁମ୍ରା,ଉମେଶ ଯାଦବ,ରିଷ୍ଟ ସ୍ପିନର କୁଳଦିପ ଯାଦବଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଏହି ଖେଳାଳିଙ୍କୁ ତାଜା ରଖିବାପାଇଁ ଚୟନକର୍ତ୍ତା ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଚେନ୍ନାଇର ଚେପକ ଷ୍ଟାଡିୟମରେ ବ୍ଲୁ ବ୍ରିଗେଡରେ ଧୋନୀଙ୍କ ଅନୁପସ୍ଥିତି ଚେନ୍ନାଇରେ ଧୋନୀଙ୍କ ଫ୍ୟାନଙ୍କୁ ନିରାଶ କରିବ। ସିରିଜରେ ଏଯାଏ ରୋହିତ ଶର୍ମାଙ୍କ ବ୍ୟାଟ ଗର୍ଜିଛି। ହେଲେ ବାକି ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ହୋଇନି। ତେଣୁ ଆଜିର ମ୍ୟାଚରେ ଶିଖର ଧାୱନ, କେ ଏଲ ରାହୁଲ,ରିଷଭ ପନ୍ତଙ୍କ ବ୍ୟାଟରୁ ବଡ ସଟ ଆଶା କରୁଛନ୍ତି କ୍ରିକେଟ ପ୍ରେମୀ। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ବିଜୟରେ ଉପଯୋଗୀ ପାଳି ଖେଳିଥିବା ଲୋକାଲ ବୟ ଦୀନେଶ କାର୍ତ୍ତିକ୍ ଆଜି ଘରୋଇ ଦର୍ଶକଙ୍କ ଆଗରେ କେତେ ଚମକୁଛନ୍ତି ତାରି ଉପରେ ରହିବ ନଜର। ସେପଟେ କାରବିଆନ ଦଳ ପାଇଁ ସିରିଜ କିଛି ଦୁଃସ୍ବପ୍ନଠାରୁ କମ୍ ନୁହଁ। ଟେଷ୍ଟ, ଦିନିକିଆ ଏବଂ ଟିଟ୍ବେଣ୍ଟି ସିରିଜରେ ପରାଜୟର ମୁହଁ ଦେଖିବାକୁ ପଡିଛି। ଟପ୍ ଅର୍ଡରରେ ଦଳର କମ୍ବିନେସନ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି। ପୋଲାର୍ଡ,ବ୍ରାଭୋ ଏବଂ ରମଦିନଙ୍କ ରନ ମରୁଡି ଦଳର ସମସ୍ୟାକୁ ଆହୁରି ବଢାଇ ଦେଇଛି।

   Related Posts