ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-ଟ୍ବେଣ୍ଟି : ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ବିରାଟ ବାହିନୀ

Published By : Prameya-News7 Bureau | September 22, 2019 IST

ବେଙ୍ଗାଲୁରୁ ୨୨/୯: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ ତୃତୀୟ  ତଥା ଶେଷ ଟି-ଟ୍ବେଣ୍ଟି ମ୍ୟାଚ। ମୋହାଲି ବିଜୟ ସହ ଭାରତ ସିରିଜରେ ୧-୦ ରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ରହିବ ଭାରତୀୟ ଦଳ । ସେପଟେ ମ୍ୟାଚ ଜିତି ସିରିଜ୍ ବରାବର ଲକ୍ଷ୍ୟରେ ରହିବ ଦକ୍ଷିଣ ଆଫ୍ରିକା ଦଳ ।

{"id":160903}

ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ  ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ । ଟି-୨୦ ଅନ୍ତରାଷ୍ଟ୍ରୀୟରେ  ଭାରତ ଓ ଦ. ଆଫ୍ରିକା ମଧ୍ୟରେ ଏ ପର୍ଯ୍ୟନ୍ତ ୧୪ଟି ମୁକାବିଲା ଖେଳାଯାଇଛି। ଏଥିରେ ଭାରତ ୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫ଟିରେ ଜିତିଛି। ଦୁଇଟି ମ୍ୟାଚ୍ ବାତିଲ ହୋଇଛି।

{"id":160904}

ଭାରତ ମାଟିରେ ଦୁଇ ଦେଶ ମଧ୍ୟରେ ଏ ଯାଏ ତିନୋଟି ଟି-୨୦ ମୁକାବିଲା ଖେଳା ଯାଇଛି। ଯେଉଁଥିରେ ଭାରତ ଗୋଟିଏ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରେ ବିଜୟୀ ହୋଇଛି। ଦୁଇଟି ମ୍ୟାଚ୍ ରଦ୍ଦ  ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.