ଦେଶରେ କମୁଛି ସଂକ୍ରମଣ, ହେଲେ ଥମୁନି ମୃତ୍ୟୁ : ୨୪ ଘଣ୍ଟାରେ ୩୬୮୯ ମୃତ, ରାଜଧାନୀର ସ୍ଥିତି ସଂଗୀନ

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ୨/୫: ସ୍ଥିତି ଭୟଙ୍କର । ଦେଶରେ ସଂକ୍ରମଣ ପାରା ତଳମୁହାଁ ହେଉଛି । ହେଲେ ଏବେ ସ୍ଥିତି ଗମ୍ଭୀର ହେଉଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୮୯ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୬୦୦ ଟପିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ହଜାର ୪୫୭ରେ ପହଞ୍ଚିଛି । ଗତ ଶୁକ୍ରବାର ତୁଳନାରେ ଶନିବାର କେସ୍ କମ୍ ଥିଲା । ବର୍ତ୍ତମାନ ଆକ୍ଟିଭ କେସ୍ ୩୩ ଲକ୍ଷ ପାରି କରିଛି । ହେଲେ ଏଭଳି ସ୍ଥିତିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୩ ହଜାରରୁ ଅଧିକ ଲୋକ ଜୀବନ ନେଇଛି ମହାମାରୀ ।

ସେହିଭଳି ଶନିବାର କେସ ସାମାନ୍ୟ କମିଛି । ୩ ଲକ୍ଷ ତଳକୁ ରହିଛି ପଜିଟିଭ । ତେବେ ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇଛି କରୋନାର ଗ୍ରାଫ୍ । ନିୟମିତ ବଢିବାରେ ଲାଗିଛି ପାରା । ସଂକ୍ରମଣର ନୂଆ କେସ ବଢିବା ସହ ମୃତ୍ୟୁ ସଂଖ୍ୟା ବି ସମସ୍ତଙ୍କୁ ଚିକିତ କରି ରଖିଛି ।ଦିନକରେ ୨୫ ହଜାରରୁ ଅଧିକ ନୂଆ କେସ ସହ ୪୧୨ ଜୀବନ ନେଇଚି ମହାମାରୀ । ଦୈନିକ ମୃତ୍ୟୁ ଏଯାବତ୍ ସର୍ବକାଳୀନ ରେକର୍ଡ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.