ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ : ଆଜି ସିଡନିରେ ଖେଳାଯିବ ୩ଟିକିଆ ଟି ଟ୍ବେଣ୍ଟି ସିରିଜର ଶେଷ ମ୍ୟାଚ୍

Published By : Prameya-News7 Bureau | November 25, 2018 IST

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ସିଡନିରେ ଖେଳାଯିବ ୩ଟିକିଆ ଟି ଟ୍ବେଣ୍ଟି ସିରିଜର ତୃତୀୟ ତଥା ଶେଷ ମ୍ୟାଚ। ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି। ବ୍ରିସବେନରେ ହାରିବା ପରେ ମେଲବୋର୍ନରେ ବର୍ଷାଯୋଗୁ ମ୍ୟାଚ ଧୋଇ ଯାଇଥିଲା। ତେଣୁ ସିରିଜକୁ ବରାବର କରିବାପାଇଁ ଆଜି ବିରାଟବାହିନୀଙ୍କୁ ଯେମିତି ହେଲେ ବି ମ୍ୟାଚ ଜିତିବାକୁ ପଡିବ। ନହେଲେ ଲଗାତର ୭ଟି ଟିଟ୍ବେଣ୍ଟି ସିରିଜ ଜିତିଥିବା ବ୍ଲୁ ବ୍ରିଗେଡକୁ ପରାଜୟର ମୁହଁ ଦେଖିବାକୁ ପଡିବ। ମେଲବୋର୍ନରେ  ବର୍ଷା ଭାରତ ହାତରୁ ବିଜୟର ସୁଯୋଗ ଛଡାଇନେଇଥିଲା। ସେପଟେ ପ୍ରଥମ ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଆଜି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବ ଭାରତକୁ ଚାପରେ ରଖି ଶୃଙ୍ଖଳା ଜିତିବାପାଇଁ। ଟେଷ୍ଟ ସିରିଜ ପୂର୍ବରୁ ଟି ଟ୍ବେଣ୍ଟି ସିରିଜ ଜିତି ମନୋବଳ ଦୃଢ ରଖିବାକୁ ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ। ସବୁଠୁ ଖୁସିର କଥା ଆଜି ସିଡନିରେ ବର୍ଷା ହେବାର ପୂର୍ବାନୁମାନ ନାହିଁ। ପାଗ ଶୁଖିଲା ରହିବ। ତେଣୁ ସୁପର ସଣ୍ଡେର ସୁପର ମୁକାବିଲାର ମଜା ନେଇପାରିବେ ଦର୍ଶକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.