Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପର ସଣ୍ଡେରେ ସୁପର ଫାଇଟ୍ : ମୋହାଲିରେ ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ

ମୋହାଲିରେ ଆଜି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ତୃତୀୟ ଦିନିକିଆକୁ ହାରିଯାଇଥିବା ଭାରତ ଏହି ମ୍ୟାଚ୍  ଜିତି ସିରିଜ୍  ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତ ସମାନ ସ୍ଥିତିକୁ ଆସିବ ଲକ୍ଷ୍ୟରେ ରହିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ଶେଷ ଦୁଇଟି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ଋଷଭ ପନ୍ଥଙ୍କ ପ୍ରଦର୍ଶନ ଉପରେ ।

ତେବେ ଭାରତର ଓପନିଂ ଯୋଡି ଭଲ ପ୍ରଦର୍ଶନ କରୁନଥିବାରୁ ଟିମ୍ ଇଣ୍ଡିଆ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଆଜି  ଓପନିଂ ଯୋଡି ଉପରେ ଭାରତର ମ୍ୟାଚ୍ ଅନେକ କିଛି ନିର୍ଭର କରିବ । ଗତକାଲି ଉଭୟ ଦଳ ଜୋରଦାର ପ୍ରାକ୍ଟିସ୍ କରିଛନ୍ତି । ଅପରାହ୍ନ ୧.୩୦ ମିନିଟରେ ଏହି ମ୍ୟାଚ୍ ଖେଳାଯିବ।

265 Views

   ସମ୍ବନ୍ଧିତ ଖବର