ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି : ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଗଠନ

Published By : Prameya-News7 Bureau | October 03, 2019 IST

ପୁରୀ ୩/୧୦: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ତିନି ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ । ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ ।

ଆମିକସ୍ କ୍ୟୁରି ରଣଜିତ କୁମାରଙ୍କ ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ନୋଟ୍  ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଗତ ସେପ୍ଟେମ୍ବର ୧୭ ଶୁଣାଣିରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ଲୋଡ଼ିଥିଲେ । ଏହାପରେ ଆମିକସ କ୍ୟୁରି ଗତ ମାସ ୨୭ରେ ଏକ ନୋଟ୍  ଦାଖଲ କରିଛନ୍ତି ।

ଏହି ନୋଟ୍ ରେ ଆମିକସ କ୍ୟୁରି ତାଙ୍କ ସେପ୍ଟେମ୍ବର ୭ରେ ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.