ରାଶିଫଳ- ୨୭ ସେପ୍ଟେମ୍ବର, ଗୁରୁବାର

Published By : Prameya-News7 Bureau | September 27, 2018 IST

ମେଷ – କୌଣସି କାରଣରୁ ଅସନ୍ତୋଷ ଜାତ ହୋଇପାରେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । କଥା ଛଳରେ ପରକୁ ଆପଣାର କରିବେ । ବୃଷ – ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ସୁଖମୟ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ । ମିଥୁନ - ଭ୍ରମଣଜନିତ ସୁଖ ମିଳିବ । କର୍ତ୍ତବ୍ୟ ପାଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ପରିବାରର ମୁଖ୍ୟ ହେବେ । ମନ ପ୍ରସନ୍ନ ରହିବ । କର୍କଟ- ପୈତୃକ ସମ୍ପତ୍ତି ପାଇଁ ଲାଗି ରହିଥିବା ବିବାଦର ସମାଧାନ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ବିତାଇବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ସିଂହ–ପ୍ରଭାବଶାଳୀ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାକୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । କନ୍ୟା –ଶତ୍ରୁମାନେ ପଶ୍ଚାତ୍ପଦ ଦେବେ । ବନ୍ଧୁମିଳନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ତୁଳା – ଦୃଢ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହସଦିଚ୍ଛା ଭାବ ରହିବ । ବିଛା – ଆକସ୍ମିକ ଘଟଣା ଘଟିବ; ଯାହାକି ଧନ ଲାଭ ସଙ୍କେତ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ବ୍ୟବସାୟରୁ ପ୍ରଚୁରଅର୍ଥ ମିଳିପାରେ । ଧନୁ – ଅନେକ ଦିନଲୁ ଚେଷ୍ଟା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମ ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ ହେବେ । ମକର – ପଡୋଶୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆସ୍ତିକ ସ୍ୱଭାବର ହେବେ । କୁମ୍ଭ - ଆଶା-ଆଶଙ୍କାରେ ରହିପାରନ୍ତି । ପରମଭାଗ୍ୟଶାଳୀ ହେବେ । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ବଭିନ୍ନ ଦିଗରୁ ଧନାଗମ ହେବ । ମୀନ - ଆୟ ଅଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ କିଣି ଧନଲାଭ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.