ହକି ବିଶ୍ୱକପ-୨୦୧୮ ର ଆଜି ଫାଇନାଲ ଫାଇଟ୍ : ନେଦରଲାଣ୍ଡ - ବେଲଜିୟମ ମଧ୍ୟରେ ଟାଇଟଲ ଟକ୍କର : ବ୍ରୋଞ୍ଜ ପଦକ ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମୁକାବିଲା

Published By : Prameya-News7 Bureau | December 16, 2018 IST

ଭୁବନେଶ୍ବର ୧୬/୧୨: ହକି ବିଶ୍ୱକପ-୨୦୧୮ ର ଆଜି ଫାଇନାଲ ଫାଇଟ୍ । ନେଦରଲାଣ୍ଡ - ବେଲଜିୟମ ମଧ୍ୟରେ ଆଜି ଟାଇଟଲ ଟକ୍କର ହେବ । ଅନ୍ୟ ପଟେ ବ୍ରୋଞ୍ଜ ପଦକ ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଗତକାଲି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ନେଦରଲାଣ୍ଡ। ସେହିପରି ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛି ବେଲଜିୟମ୍ । ଦ୍ୱିତୀୟ ସେମିଫାଇନାଲରେ ନେଦରଲାଣ୍ଡଅଷ୍ଟ୍ରେଲିଆକୁ ସଡନ୍ ଡେଥରେ ଚକମା ଦେଇ ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି ।  ଆଜି ୨ ଫାଇନାଲିଷ୍ଟ ବେଲଜିୟମ ଓ ନେଦରଲାଣ୍ଡମଧ୍ୟରେ ମୁକାବିଲା ହେବ । କିଏ ହେବ ହକି ବିଶ୍ୱକପ୍ ୨୦୧୮ର ଚାମ୍ପିୟନ୍ତାହା ଆଜିର ମ୍ୟାଚ୍ ନିର୍ଣ୍ଣୟ କରିବ । ତେବେ ତୃତୀୟ ସ୍ଥାନ ପାଇଁ ଆଜି ଅଷ୍ଟ୍ରେଲିଆଏବଂ ଇଂଲଣ୍ଡ ମଧ୍ୟରେ ହେବ କଡା ଟକ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.