ହକି ବିଶ୍ବକପରେ ଆଜି ପୁଲ ଡିର ଅନ୍ତିମ ପର୍ଯ୍ୟାୟରେ ଖେଳାଯିବ ଦୁଇଟି ମ୍ୟାଚ : ମାଲେସିଆ-ଜର୍ମାନୀ,ନେଦରଲାଣ୍ଡ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା

Published By : Prameya-News7 Bureau | December 09, 2018 IST

ହକି ବିଶ୍ବକପରେଆଜି ପୁଲ ଡିର ଅନ୍ତିମ ପର୍ଯ୍ୟାୟରେ ଖେଳାଯିବ ଦୁଇଟି ମ୍ୟାଚ। ମାଲେସିଆ-ଜର୍ମାନୀ,ନେଦରଲାଣ୍ଡ ପାକିସ୍ତାନମଧ୍ୟରେ ହେବ ମୁକାବିଲା। ପାକିସ୍ତାନ ଓ ନେଦରଲାଣ୍ଡ ପାଇଁ ଆଜିର ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ।ନେଦରଲାଣ୍ଡ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହିତ ୩ ପଏଣ୍ଟ ପାଇଁ  ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ନେଦରଲାଣ୍ଡ ପ୍ରଥମମ୍ୟାଚରେ ୭-୦ଗୋଲରେ ମାଲେସିଆକୁ ହରାଇଥିଲା। ଦ୍ବିତୀୟ ମ୍ୟାଚରେ ଜର୍ମାନୀଠୁ ୪-୧ଗୋଲରେ ହାରିଥିଲା।ସେହିପରି ପାକିସ୍ତାନ ଦୁଇଟି ମ୍ୟାଚ ଖେଳି ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ପାଇ ଗ୍ରୁପରତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚରେ ଯଦି ନେଦରଲାଣ୍ଡ ବିଜୟୀ ହୁଏ ତେବେ ୬ ପଏଣ୍ଟ ପାଇଁ କ୍ରସଓଭରପାଇଁ ଯୋଗ୍ୟତା ହାସଲ କରିବ। ଯଦି ଜର୍ମାନୀ ମାଲେସିଆଠାରୁ ପରାସ୍ତ ହୁଏ ତେବେ ନେଦରଲାଣ୍ଡ ଲାଗି କ୍ବାର୍ଟରଫାଇନାଲପାଇଁ ସୁଯୋଗ ସୃଷ୍ଚି ହେବ। ଏଥିପାଇଁ ଗୋଲ ବ୍ୟବଧାନ ମାପକାଠି ହେବ। ସେପଟେ ଯଦି ନେଦରଲାଣ୍ଡକୁ ହରାଇପାକିସ୍ତାନ ବିଜୟୀ ହୁଏ ତେବେ ୪ପଏଣ୍ଟ ପାଇ ସିଧାସଳଖ କ୍ରସଓଭର ଖେଳିବାପାଇଁ ଯୋଗ୍ୟତା ହାସଲ କରିବ।ସେପଟେ ଯଦି ଜର୍ମାନୀକୁ ପରାସ୍ତ କରି ମାଲେସିଆ ବିଜୟୀ ହୁଏ ତେବେ ପାକିସ୍ତାନ ବିଶ୍ବକପ ଅଭିଯାନ ଶେଷହେବ। ତେଣୁ ପୁଲ ଡିର ସ୍ଥିତି ଅସ୍ପଷ୍ଟ। କିଛି ବି ଅନୁମାନ କରିବା କଷ୍ଟକର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.