Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁରରେ ଆଖଡ଼ା ଓ ଖଣ୍ଡାଖେଳ ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତି : ରାତି ୧୦ଟା ଭିତରେ ଶୋଭାଯାତ୍ରା ଶେଷ କରିବାକୁ ନିର୍ଦ୍ଦେଶ

14/04/2019 at 8:16 AM

ଭୁବନେଶ୍ବର ୧୪/୪: ଆଜି ପାଳନ ହେବ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ମହୋତ୍ସବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସହରର ୨୨ଟି ସ୍ଥାନରୁ ହନୁମାନଙ୍କ ଭବ୍ୟ ଶୋଭାଯାତ୍ରା ବାହାରି, ଜିଲ୍ଲା ସ୍କୁଲ୍ ଛକରେ ଏକାଠି ହେବା ପରେ ସହର ପରିକ୍ରମା କରିବ । ତେଣୁ ସାରା ସମ୍ବଲପୁର ସହର ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ସ୍ଥାନରେ ମହିଳାଙ୍କ ଶୋଭାଯାତ୍ରା, ବାଇକ୍ ରାଲି, ହନୁମାନଙ୍କ ବେଶ ଶୋଭାଯାତ୍ରା ବାହାରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।

ଆଜି ରାତିରେ ହେବାକୁ ଥିବା ମୁଖ୍ୟ ଶୋଭାଯାତ୍ରାରେ ସାମିଲ୍ ହେବାକୁ ସମସ୍ତଙ୍କୁ ନିବେଦନ କରିଛି ହନୁମାନ ଜୟନ୍ତୀ ସମନ୍ବୟ ସମିତି । ତେବେ ଆଖଡା ଖେଳ ଓ ଖଣ୍ଡଖେଳକୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ରାତି ୧୦ଟା ସୁଦ୍ଧା ଶୋଭାଯାତ୍ରା ଶେଷ କରାଯିବ ସହ ଏହା ପରେ ମାଇକ୍, ଡିଜେର ବ୍ୟବହାର ନକରିବାକୁ ପ୍ରଶାସନ ନିବେଦନ କରିଛି । ଭୋଟ୍ ଆଗକୁ ଥିବାରୁ ସବୁ ରାଜନୈତିକ ଦଳର ନଜର ହନୁମାନ ଜୟନ୍ତୀ ଉପରେ ରହିଛି । ତେବେ ଧାର୍ମିକ ପର୍ବକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କଲେ ସମିତି ବିରୋଧ କରିବ ବୋଲି କହିଛି ।

ଶାନ୍ତି ଓ ଧର୍ମୀୟ ଭାବନା ନେଇ ହନୁମାନ ଜୟନ୍ତୀ ପାଳନ କରାଯାଉଥିବାରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ । ସମ୍ବଲୁପରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୦ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବା ସହ, ବ୍ୟାପକ ପାଟ୍ରୋଲିଂ କରାଯାଉଛି ।

   Related Posts