ଲଗାତାର ହ୍ରାସ ପାଇବା ପରେ ପୁଣି ବଢ଼ିଲା ସୁନା ଦର, ମହଙ୍ଗା ହେଲା ରୁପା
23/02/2021 at 5:41 PM

ନୂଆଦିଲ୍ଲୀ, ୨୩/୦୨: ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ହୋଇଛି । ବିଶ୍ୱ ବଜାରରେ ମଜ୍ବୁତ୍ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍ରେ ୩୩୭ଟଙ୍କା ବୃଦ୍ଧି ହୋଇ ପ୍ରତି ଦଶ ଗ୍ରାମ ପିଛା ମୂଲ୍ୟ ୪୬,୩୭୨ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ସୁନା ଦଶ ଗ୍ରାମ୍ ପ୍ରତି ୪୬,୦୩୫ ଟଙ୍କାରେ ବନ୍ଦ ହୋଇଥିଲା ।
ଏଥି ସହିତ ରୁପାର ମୂଲ୍ୟରେ ମଧ୍ୟ ଆଜି ବୃଦ୍ଧି ହୋଇଛି । ରୁପା କିଲୋଗ୍ରାମ ପ୍ରତି ୧,୧୪୯ ଟଙ୍କା ବଢ଼ି ୬୯,୬୬୭ ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ରୁପାର ଦାମ୍ ୬୮,୫୧୮ ଟଙ୍କା ପ୍ରିତି କେଜିରେ ବନ୍ଦ ହୋଇଥିଲା ।
ଏଚ୍ଡିଏଫ୍ସି ସିକ୍ୟୁରିଟିଜ୍ର ବରିଷ୍ଠ ବିଶ୍ଲେଷକ ତପନ୍ ପଟେଲ୍ ଏନେଇ କହିଛନ୍ତି ଯେ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାରେ ୩୩୭ ଟଙ୍କା ବୃଦ୍ଧି ପରୀଲିକ୍ଷିତ ହେବା ସହ କାରବାର ଭଲ ହେଉଛି । ବିଶ୍ୱ ବଜାରରେ ମଧ୍ୟ ବୃଦ୍ଧି ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ୧,୮୦୮ ଡଲାର ପ୍ରତି ଆଉନ୍ସରେ କାରବାର ହେଉଛି । ଏଥି ସହିତ ରୁପା ୨୮.୦୮ ପ୍ରତି ଆଉନ୍ସରେ କାରବାର ହେଉଛି ।
ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସାକଳ ସମୟରେ ଏପ୍ରିଲ୍ ମାସରେ ହେବାକୁ ଥିବା ସୁନାର ଦାମ୍ରେ ୪୭ଟଙ୍କା ବୃଦ୍ଧି ସହିତ ୧୦ପ୍ରତି ୪୬,୯୪୮ରେ କାରବାର ହେଉଥିବା ରେକର୍ଡ କରାଯାଇଛି ।