ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘଣା ଲାଗି

Published By : Prameya-News7 Bureau | July 11, 2018 IST

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘଣା ଲାଗି । ଗତକାଲି ଦଇତା ଓ ପତି ମହାପାତ୍ର ସେବାୟତମାନେ ମହାପ୍ରଭୁ ସୁସ୍ଥ ହେବା ଖବର ଗଜପତିଙ୍କୁ ଅବଗତ କରାଇବା ପରେ ଆଜି ଏହି ନୀତି ଅନୁଷ୍ଠିତ ହେବ । । ଓଷଉ ଓ ଦଶମୂଳ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ବୁଧବାର ପବିତ୍ର ଅଣସର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ଏହି ତିଥିରେ ଶ୍ରୀମନ୍ଦିରକୁ ଖଳି ବିଜେ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ରଥ ଖଳାରେ ଶ୍ରୀଜୀଉଙ୍କ ୩ ଗୋଟି ରଥର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଚାଲିଛି ଚିତ୍ରକାର, ଦରଜୀ ଏବଂ କମାର ସେବାୟତମାନେ ନିଜ ନିଜ କାମରେ ଶେଷ ସ୍ପର୍ଶ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.