Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର : ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

22/07/2019 at 8:35 AM

ଭୁବନେଶ୍ବର ୨୨/୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ ଲାଗିଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ ଜମିଛି ।

ରାତିରୁ ଧାଡିରେ ଠିଆ ହୋଇ ଲିଙ୍ଗରାଜଙ୍କୁ ଜଳଲାଗି କରିଛନ୍ତି କାଉଡିଆ ।ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଲାଗିଛି ।

   Related Posts