Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଜି ପୁଣି ସରକାରଙ୍କ ସହ ଆଲୋଚନା କରିବେ ଅନ୍ନଦାତା : କୃଷକ କହିଲେ- ‘ବେଶୀ କିଛି ଆଶା ରଖିନାହୁଁ’

15/01/2021 at 10:26 AM

ନୂଆଦିଲ୍ଲୀ, ୧୫/୦୧:  କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଅନ୍ନଦାତାମାନେ ଶୁକ୍ରବାର ସରକାରଙ୍କ ସହ ନବମ ଥର ପାଇଁ ଆଲୋଚନା କରିବେ । କୃଷକଙ୍କ କହିବାନୁସାରେ, ସରକାରଙ୍କ ସହ ଆଲୋଚନାରୁ ଅଧିକ କିଛି ଆଶା କରାଯାଉ ନାହିଁ । କାରଣ ସରକାର ବିବାଦିତ ଆଇନକୁ ଫେରସ୍ତ ନେବାକୁ ଚାହୁଁ ନାହାଁନ୍ତି । ଅନ୍ୟଦିଗରେ କୃଷକ ଆଇନ ଝିନଝଟକୁ ଶେଷ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ୟାନେଲର ପ୍ରଥମ ବୈଠକ ଆସନ୍ତା ୧୯ ତାରିଖରେ ବସିବାର ସମ୍ଭାବନା ରହିଛି । ତେଣୁ ଶୁକ୍ରବାର ବସିବାକୁ ଥିବା ବୈଠକ ଶେଷ ବୈଠକ ହେବ ବୋଲି ଆଶା କରାଯାଉଛି ।

ଭାରତୀୟ କୃଷକ ୟୁନିଅନର ନେତା ଯୋଗିନ୍ଦର ସିଂ କହିଛନ୍ତି ଯେ, ସରକାରଙ୍କ ସହ ଆଲୋଚନା ହେବ । କିନ୍ତୁ ବୈଠକରୁ ଅଧିକ କିଛି ଆଶା କରାଯାଉ ନାହିଁ । କାରଣ ସରକାର ସୁପ୍ରିମକୋର୍ଟ ଦ୍ୱାରା ଗଠିବ ପ୍ୟାନେଲ ବାବଦରେ କହିବେ । ସରକାର କୃଷକଙ୍କ ସମସ୍ୟା ବୁଝିବାକୁ ପ୍ରୟାସ କରୁନାହାଁନ୍ତି । ଏହାପୂର୍ବରୁ ୮ ଥର ବୈଠକ ବସିଛି । କିନ୍ତୁ ସବୁଥର ବିଫଳ ହୋଇଛି ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଶୁକ୍ରବାର ବସିବାକୁ ଥିବା ବୈଠକରେ ନିଷ୍କର୍ସ ବାହାରିବ । ଭଲ ପରିଣାମ ବାହାରିବ । ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ୟାନେଲର ସଦସ୍ୟ ଭୁପିନ୍ଦ୍ର ସିଂ ମାନ ସ୍ପଷ୍ଟ ଭାବେ କିଛି ମତ ଦେବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ, ସେ ସର୍ବଦା କୃଷକ ଭାଇଙ୍କ ହିତ ପାଇଁ ଠିଆ ହୋଇଛନ୍ତି । ସେମାନଙ୍କ ହିତ ସହ ସାଲିସ କରାଯିବ ନାହିଁ ।

ସୂଚନାଯୋଗ୍ୟ, ହଜାର ହଜାର କୃଷକ ଗତ ୫୦ ଦିନ ହେବ ପଞ୍ଜାବ, ହରିୟାଣା ସମେତ ଅନ୍ୟ ରାଜ୍ୟର ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନେ ନୂଆ କୃଷି ଆଇନକୁ ଫେରସ୍ତ ସହ ଏମଏସପି ଉପରେ ଗ୍ୟାରେଣ୍ଟି ଦାବି କରୁଛନ୍ତି ।

   Related Posts