ଆଜି ପବିତ୍ର ଦୋଳ ପୂର୍ଣ୍ଣିମା : ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳ ମେଳନ ପର୍ବ ଅନୁଷ୍ଠିତ

Published By : Prameya-News7 Bureau | March 21, 2019 IST

ଭୁବନେଶ୍ବର ୨୧/୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳ ମେଳନ ପର୍ବ ଅନୁଷ୍ଠିତ ହେଉଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ମହାଆଡମ୍ବରରେ ଦୋଳ ମେଳନ ପର୍ବ ପାଳନ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଜଗଦଳପୁର, ସମସରା, ବୋଡାରୀ, ବନ୍ଧକଟା ଆଦି ଅଞ୍ଚଳରୁ ଦୋଳ ବିମାନମାନ ଏଠାରେ ଶୋଭାଯାତ୍ରାରେ ଆସି ମେଳନରେ ଅଧିଷ୍ଠିତ ହୋଇଛନ୍ତି । ପାଟକୁରାର କହ୍ନେଇଲାଲ୍ ଜୀଉ ଏଠାରେ ଗାଦି ଠାକୁର ଭାବେ ବିରାଜମାନ କରିଛନ୍ତି । ଆଜି ସକାଳୁ ଏଠାରେ ଦୋଳ ବିମାନ ଗୁଡିକ ବାଜା, ବାଣ, ରୋଷଣୀରେ ଆସିଥିଲେ । ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଶତାଧିକ ବର୍ଷ ହେଲା ଏଭଳି ରିତିନୀତିରେ ପାଳନ ହେଇ ଆସୁଛି ।

{"id":95399,"width":595,"height":327}

ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳମେଳଣ ଆରମ୍ଭ ହୋଇଛି । ଉତ୍ତର ଭାରତରେ ରଙ୍ଗର ପର୍ବ ହୋଲିର ନିଆରା ରଙ୍ଗ ଦେଖିବାକୁ ମିଳିଛି । ବୃନ୍ଦାବନରେ ହୋଲି ରଙ୍ଗ ସମସ୍ତଙ୍କୁ ଏକାଠି କରିଦେଇଛି । ବିଭିନ୍ନ ରଙ୍ଗ ଭିତରେ ଭାଇଚାରା ରଙ୍ଗ ଫୁଟି ଉଠିଛି । ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ହୋଲି ଖେଳାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ପରସ୍ପରକୁ ଅବିର ଲଗାଇବା ସହ ନିଜେ ବି ରଙ୍ଗରେ ମତୁଆଲା ହୋଇଯାଇଛନ୍ତି ।

{"id":95400,"width":594,"height":394}

ଗତକାଲି ଥିଲା ହୋଲିକା ଦହନ । ପରମ୍ପରା ଅନୁଯାୟୀ ହୋଲିକା ଦହନ କରାଯାଇଛି । ପାପ ଉପରେ ପୁଣ୍ୟର ବିଜୟ ସ୍ବରୁପ ଏହାକୁ ପାଳନ କରାଯାଇଛି । ଏବେ ଯେଉଁଭଳି ଭାବରେ ଆତଙ୍କବାଦ ମୁଣ୍ଡ ଟେକିଛି, ତାର ବିଲୋପ କରିବା ପାଇଁ ବିଶ୍ବବ୍ୟାପୀ ଚିନ୍ତା ବଢିଥିବା ବେଳେ ହୋଲିକା ଦହନରେ ମଧ୍ୟ ଏହାର ପ୍ରତୀକ ଦେଖିବାକୁ ମିଳିଛି । ଆତଙ୍କବାଦ ସ୍ବରୂପ ରାକ୍ଷସକୁ ଦହନ କରାଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

{"id":95401,"width":590,"height":325}

ରଙ୍ଗର ଖେଳରେ ସମସ୍ତେ ମାତିଛନ୍ତି । ତେବେ ଶରୀର ଏବଂ ପରିବେଶକୁ କ୍ଷତି ପହଞ୍ଚାଇବା ଭଳି ରଙ୍ଗ ବ୍ୟବହାର ନକରିବା ଲାଗି ସଚେତନତା ବଢୁଛି । ଅନେକ ସ୍ଥାନରେ ଇକୋ-ଫ୍ରେଣ୍ଡଲି ହୋଲି ଖେଳ ଦେଖିବାକୁ ମିଳିଛି । ଅଧିକରୁ ଅଧିକ ପରିବେଶ ଏବଂ ଶରୀରକୁ ସୁହାଇହା ଭଳି ଅର୍ଗାନିକ୍ କଲର୍ ବ୍ୟବହାର କରାଯାଉଛି ।

{"id":95402,"width":598,"height":336}

ହୋଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କମିସନରେଟ ପୋଲିସର କଟକ ୟୁପିଡିରେ ୧୦ ପ୍ଲାଟୁନ ଓ ଭୁବନେଶ୍ବର ୟୁପିଡିରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ପୋଲିସ କମିଶନର କହିଛି।

{"id":95403,"width":590,"height":275}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.