ଆଜି ଆଲୋକର ପର୍ବ ଦୀପାବଳି : ଗାଁଠୁ ସହର ଉତ୍ସବ ମୁଖର, ବାଣ ଦୋକାନରେ ନାହିଁନଥିବା ଭିଡ, ସନ୍ଧ୍ୟାରେ ଜମିବ ଆତଶବାଜି

Published By : Prameya-News7 Bureau | October 27, 2019 IST

ଭୁବନେଶ୍ବର ୨୭/୧୦: ଆଜି ଆଲୋକର ପର୍ବ ଦୀପାବଳି । ଅସତ୍ୟ ଉପରେ ସତ୍ୟର ବିଜୟ ଦିବସ । ଏଥିପାଇଁ ଚାରିଆଡେ ଉତ୍ସବ ମୁଖର । ଘରଠୁ ଆରମ୍ଭ କରି ଦୋକାନ ବଜାର ସବୁଠି ଶୋଭାପାଉଛି ଆକର୍ଷଣୀୟ ରଙ୍ଗୀନ ଆଲୋକମାଳା । ଲୋକଙ୍କ ମନରେ ଢେର ଉତ୍ସାହ । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତ । ବିଶ୍ବାସ ରହିଛି ଆଜିର ଦିନରେ ମା ଲକ୍ଷ୍ମୀଙ୍କୁ ପୂଜା କଲେ ଧନର ଅଭାବ ହୋଇ ନଥାଏ । ଏଥିପାଇଁ ସବୁ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । ଏଥିସହ ନୂଆଖାତା ଖୋଲି ବ୍ୟବସାୟ ଆରମ୍ଭ କରିଥାନ୍ତି । ଆଲୋକର ପର୍ବ ଦୀପାବଳିରେ ଲୋକେ ଘରେ ଘରେ ଦୀପ ଜାଳିବା ସହ ବାଣ ଫୁଟାଇଥାନ୍ତି ।  ବିଭିନ୍ନ ପ୍ରକାରର ବାଣ ଫୁଟାଇ ସନ୍ଧ୍ଯାରେ ଚାଲିବ ଦୀପାବଳି ପାଳନ । ଏଥିପାଇଁ ବାଣ ଦୋକାନରେ ଗହଳି ଲାଗିଛି । ତେବେ ଗ୍ରୀନ ଦୀପାବଳୀ ପାଳନ ଉପରେ ଏଥର ଅଧିକ ଗୁରୁତ୍ବ ଦିଆଯାଉଛି।

{"id":175353,"width":590,"height":332}

ବାଣ ଫୁଟାଇବା ବେଳେ ସଚେତନତା ଜରୁରୀ । ଏହି ଉତ୍ସବକୁ ନିରାପଦ ସହ ପାଳନ ପାଇଁ ସମସ୍ତେ ସତର୍କ ରୁହନ୍ତୁ । ସଚେତନ ହୋଇ ବାଣ ଫୁଟାନ୍ତୁ । ସୁସ୍ଥ ଓ ସୁରକ୍ଷିତ ଦୀପାବଳି ପାଳନ୍ତୁ । କାରଣ ନିରାପଦ ଦୀପାବଳୀରେ ହିଁ ରହିଛି ଦୀପାବଳୀର ଅସଲ ଖୁସି । ନହେଲେ ଦୀପାବଳୀର ଖୁସି ମାତ୍ର ଅଳ୍ପ ଅସାବଧାନତା ପାଇଁ ଦୁଃଖରେ ପରିଣତ ହୋଇପାରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଣ କେବଳ ରାତି ୮ରୁ ୧୦ଟା ମଧ୍ୟରେ ଫୁଟାନ୍ତୁ । ବାଣ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କ ଠାରୁ କିଣନ୍ତୁ । ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଛାଡ଼ନ୍ତୁ ନାହିଁ ପାଖରେ ତାଙ୍କର ରହିଥାନ୍ତୁ । ୧୨୫ ଡେସିବେଲରୁ ଅଧିକ ଆୱାଜ କରୁଥିବା ବାଣ ଫୁଟାନ୍ତୁ ନାହିଁ। ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ । ମିଳି ମିଶି ବାଣ ଫୁଟାଉଥିଲେ ଖୋଲା ସ୍ଥାନକୁ ଚାଲିଯାଆନ୍ତୁ । ଚାଇନା ମାଳ ବାଣ ଫୁଟାଇବା ନିଷେଧ । ବାଣ ଫୁଟାଇବା ପରେ ବଳକା ସାମଗ୍ରୀ ପାଣିରେ ବୁଡ଼ାଇ ଦିଅନ୍ତୁ । ବାଣ ହାତରେ ଧରି ଫୁଟାଇବା ଅପେକ୍ଷା ନିଆଁ ଲଗାଇ ଦୂରକୁ ଚାଲି ଆସନ୍ତୁ । ହସ୍ପିଟାଲ, ଧାର୍ମିକ ସ୍ଥାନ ଭଳି ନିଷିଧାଞ୍ଚଳରେ ବାଣ ଫୁଟାନ୍ତୁ ନାହଁ । ନୀରିହ ପଶୁଙ୍କ ଉପରେ ବାଣ ପକାନ୍ତୁ ନାହିଁ। ସେମାନେ ଯେମିତି ନ ଡରିବେ ସେ ପ୍ରତି ସତର୍କ ରୁହନ୍ତୁ। ଫାଖରେ ସୁରକ୍ଷା ଓ ଆଶୁ ଚିକିତ୍ସା ସାମଗ୍ରୀ ପାଖରେ ରଖନ୍ତୁ।  । ବାଣ ଯୋଗୁଁ ଆହତ ହେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।  ମନେ ରଖନ୍ତୁ ସୁରକ୍ଷିତ ଦୀପାବଳୀରେ ହିଁ ରହିଛି ଦୀପାବଳୀର ଅସଲ ଖୁସି ।

{"id":175354}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.