ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ, କୋଭିଡ୍ ପାଇଁ ଫିକା ପଡିଛି ମାହୋଲ

Published By : Prameya-News7 Bureau | October 30, 2020 IST

ଢେଙ୍କାନାଳ, ୩୦।୧୦: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲଷ୍ମୀ ପୂଜା । ମାଆଙ୍କ ମୃଣୟୀ ମୂର୍ତି ପୂଜା ପାଇଁ ପ୍ରସ୍ତୃତ ହୋଇଛି ୩୮ଗୋଟି ପୂଜା ମଣ୍ଡପ । କୋଭିଡ କଟକଣା ପୂଜା ମାହୋଲକୁ ଫିକା କରିଦେଇଥିଲେ ମଧ୍ୟ ଉତ୍ସାହ ଉଦ୍ଦୀପନାର ସହ ମଣ୍ଡପ କର୍ମକର୍ତାଙ୍କ ଠାରୁ ସହରବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜକୁ ପ୍ରସ୍ତୃତ କରୁଛନ୍ତି ।

ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲଷ୍ମୀ ପୂଜା । କୋଭିଡ କଟକଣା ସତ୍ୱେ ଚଳିତ ବର୍ଷ ୧୧ଦିନ ଧରି ଚାଲିବ ଏହି ପୂଜା । ଏଥିପାଇଁ  ମାଆଙ୍କ ମୃଣାୟ ମୂର୍ତ୍ତି ପୂଜା ପାଇଁ ଢେଙ୍କାନାଲ ସହରର ୩୮ ଗୋଟି ପୂଜା ମଣ୍ଡପ ପ୍ରସ୍ତ୍ରୁତି ହୋଇଛି । ଏହି ପୂଜା ଆସନ୍ତା ୮ତାରିଖ ଯାଏ ଚାଲିବ । ତେବେ କୋଭିଡ କଟକଣା ପାଇଁ ଚଳିତ ବର୍ଷ ମିଳିତ ଭଷାଣୀ ଉତ୍ସବ ହେବନାହିଁ । ଫଳରେ ଆସନ୍ତା ୯ତାରିଖ ସକାଳ ୧୧ତସୁଧା ମାଆଙ୍କୁ ବିସର୍ଜନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ଲଷ୍ମୀପୂଜା କମିଟିର ଅଧ୍ୟକ୍ଷ। 

ତେବେ କଟକଣା ଯୋଗୁଁ ସାଜସଜ୍ଜା, ଦୋଳି ବାଜା, ଦୋକାନ ବଜାର ଓ ସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ଭାବେ କଟକଣା କରିଛି ପ୍ରଶାସନ । ଏସବୁ ସତ୍ତ୍ୱେ ରୀତିନୀତି ମୁତାବକ ପୂଜାର୍ଚ୍ଚନା କରି ଏହି ଐତିହାସିକ ଗଜଳଷ୍ମୀ ପୂଜାର ପରମ୍ପରା ରକ୍ଷା ପାଇଁ ମଣ୍ଡପ କର୍ମକର୍ତା ଉଦ୍ୟମ କରୁଛନ୍ତି ।ଏପରିକି ମଣ୍ଡପ ପ୍ରସ୍ତୁତି ସାରିଥିବାବେଳେ ସଂଧ୍ୟା ପରେ  ମାଆ ଧନଦାତ୍ରୀଙ୍କୁ ଆବାହନ  ପାଇଁ ପ୍ରସ୍ତୁତି ଚାଲିଛି ।ମାତ୍ର ଏହି କୋଭିଡର କଡା କଟକଣା ମାହୋଲକୁ ପୁରା ଫିକା କରିଦେଇଛି । ଫଳରେ ସ୍ଥାନୀୟବାସୀଙ୍କ ମନରେ ଅବଶୋସ ରହିଥିଲେ ମଧ୍ୟ ମାଆଙ୍କ ଏହି ଧରାବରଣ ମହାମାରୀ କୋରନା ଦାଉରୁ ସାରା ବିଶ୍ୱକୁ ମୁକ୍ତି ମିଳିବ ବକି ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

ଚଳିତ ବର୍ଷ କରୋନା କଟକଣା ପୂଜା ମାହୋଲକୁ ଫିକା କରିଦେଇଥିଲେ ମଧ୍ୟ ମାଆଙ୍କର ଏହି ଆଗମନରେ ସ୍ଥାନୀୟବାସୀଙ୍କ ଉତ୍ସାହ ଉଦ୍ଦୀପନାକୁ ବଢ଼ାଇ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.