Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପବିତ୍ର ଦଶହରା, ଚଳଚଞ୍ଚଳ ଘଟଗାଁ ତାରିଣୀ ପୀଠ

15/10/2021 at 8:06 AM

ଘଟଗାଁ, ୧୫|୧୦: ଚଳିତ ବର୍ଷ  ମା’ ଦୁର୍ଗାଙ୍କ କୃପାରୁ ଏବଂ ମା’ ତାରିଣୀଙ୍କ କୃପାରୁ ଶେଷ ହୋଇଯାଇଛି ନବରାତ୍ରୀ । ଆଜି ପବିତ୍ର ବିଜୟା ଦଶମୀ ।   ଏହି ଦିନ ମା’ ଦୁର୍ଗା ମହିଷାଶୁରକୁ ବଦ୍ଧ କରି ସଂସାରରୁ ପାପ, ତାପ, ହିଂସା ଆଦିକୁ ଲୋପ କରି ସଂସାର ଶାନ୍ତି ପ୍ରତିଷ୍ଠା କରିଥିଲେ ।

ତେବେ ବିଜୟା ଦଶମୀ ଅବସରରେ ଆଜି ପୀଠ ଏବଂ ମଣ୍ଡପ ଗୁଡିକରେ ମଧ୍ୟ ଦଶହରା ପାଳିତ ହେଉଛି । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ମଧ୍ୟ ବିଜୟା ଦଶମୀ ପାଳିତ ହେଉଛି । ଗୁରୁବାର ସକାଳୁ ମାଙ୍କ ପୀଠରେ ସେବାୟତମାନଙ୍କ ଦ୍ବାରା ସ୍ବତନ୍ତ୍ର ରୀତିକାନ୍ତି ସମାପନ କରି ମନ୍ଦିର ପହଡ ଖୋଲିଥିଲା । ଦଶହରା ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି ।

   Related Posts