Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା, ପ୍ଲେ-ଅଫ୍ ପାଇଁ କେକେଆରକୁ ଦରକାର ବିଜୟ

29/10/2020 at 3:08 PM

ଦୁବାଇ, ୨୯/୧୦: ଆଜି ଚଳିତ ଆଇପିଏଲ୍‌ର ଏକ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ । କୋଲକାତା ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଲିଗ୍‌ ପର୍ଯ୍ୟାୟରେ ଦଳର ଆଉ ମାତ୍ର ୨ଟି ମ୍ୟାଚ୍‌ ବାକି ଅଛି । କୋଲକାତାକୁ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଉଭୟ ମ୍ୟାଚ୍‌ ଜିତିବାକୁ ପଡ଼ିବ । କେବଳ ବିଜୟୀ ହେଲେ ହେବନି ବରଂ ରନ୍‌ ରେଟ୍‌ରେ ଉନ୍ନତି ଆଣିବା ଜରୁରୀ । ଅନ୍ୟ ଦିଗରେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ି ସାରିଥିବା ସୁପର କିଙ୍ଗ୍‌ସ ସମ୍ମାନ ପାଇଁ ଖେଳିବ । ଦଳ ଆଜି ନାଇଟ୍‌ ରାଇଡର୍ସର ପ୍ଲେ-ଅଫ୍‌ ଦୌଡ଼ରେ ବାଧା ସୃଷ୍ଟି କରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ନାଇଟ୍‌ ରାଇଡର୍ସ ୧୨ ମ୍ୟାଚ୍‌ରୁ ୧୨ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଅନ୍ୟ ପଟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚ୍‌ ଓ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ ରେଟ୍‌ ପାଇଁ ଚତୁର୍ଥରେ ରହିଛି । ଉଭୟ ଦଳର ପ୍ଲେ-ଅଫ୍‌ ଆଶା ଉଜ୍ଜ୍ୱଳ ରହିଛି । ନାଇଟ୍‌ ରାଇଡର୍ସ ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶଠୁ ୮ ୱିକେଟ୍‌ରେ ପରାଜିତ ହୋଇଥିଲା । ଓପନର ଶୁବମନ ଗିଲ୍‌ ୫୭ ଓ ଅଧିନାୟକ ଇୟନ ମୋର୍ଗାନ ୪୦ରନ୍‌ କରିଥିବାବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ବିଫଳ ହୋଇଥିଲେ । ଦୁର୍ଦ୍ଧର୍ଷ ଆନ୍ଦ୍ରେ ରସେଲ ଆଣ୍ଠୁ ଆହତ ସମସ୍ୟା ପାଇଁ ଶେଷ ୩ଟି ମ୍ୟାଚ୍‌ ଖେଳିନାହାନ୍ତି। ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ କୌଣସି ସୂଚନା ନାହିଁ । ସୁପର କିଙ୍ଗ୍‌ସକୁ ହରାଇବାକୁ ହେଲେ ଟପ୍‌ ଅର୍ଡ଼ର ବ୍ୟାଟ୍ସମ୍ୟାନ୍‌ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ବୋଲିଂ ବିଭାଗରେ ପେସ୍‌ ବୋଲର ପ୍ୟାଟ୍‌ କମିନ୍ସ ନିଜ ଦକ୍ଷତା ପ୍ରତିପାଦନ କରିବାରେ ବିଫଳ ରହିଛନ୍ତି । ସେ ସବୁଠୁ ଦାମୀ ଖେଳାଳି ହୋଇଥିଲେ ମଧ୍ୟ ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି । ଆଜି ପ୍ରତିଭାବାନ ସ୍ପିନ୍‌ ଯାଦୁକର ବରୁଣ ଚକ୍ରବର୍ତ୍ତୀ ଓ ସୁନିଲ୍‌ ନାରାଏନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବରୁଣ ସୁପର କିଙ୍ଗ୍‌ସ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିପାରନ୍ତି ।

ମହେନ୍ଦ୍ର ସିଂହ ଧୋନିଙ୍କ ସୁପର କିଙ୍ଗ୍‌ସ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ୍‌ରେ ପରାଜିତ କରିଥିଲା । ଏହା ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ କରିଛି । ଯୁବ ଓପନର ଋତୁରାଜ ଗାଏକୱାର୍ଡ଼ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି । ଓପନିଂ ସମସ୍ୟାର ସମାଧାନ କରିଛନ୍ତି । ସ୍ପିନର ମିଚେଲ ସାଣ୍ଟନର ପ୍ରଭାବୀ ପ୍ରଦର୍ଶନ ସହ ଲୟରେ ଥିବା ପ୍ରମାଣିତ କରିଛନ୍ତି । ଆଜି ଅଲରାଉଣ୍ଡର ସାମ୍‌ କୁରାନ ଓ ଦୀପକ ଚହର ଏବଂ ନାଇଟ୍‌ ରାଇଡର୍ସ ବ୍ୟାଟିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

ପ୍ରଥମ ପର୍ଯ୍ୟାୟ ଲିଗ୍‌ ମୁକାବିଲାରେ ନାଇଟ୍‌ ରାଇଡର୍ସ ୧୦ରନ୍‌ରେ ସୁପର କିଙ୍ଗ୍‌ସକୁ ହରାଇଥିଲା । ରାହୁଲ ତ୍ରିପାଠୀ ୫୧ ବଲ୍‌ରୁ ୮୧ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ ।

   Related Posts