Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଆଜି କୁଲ୍‌ଦୀପ ସେନ୍‌ଗରଙ୍କ ଭାଗ୍ୟ ଫଇସଲା , ରହିବେ କି ବାହାରିବେ

16/12/2019 at 9:12 AM

ନୂଆଦିଲ୍ଲୀ ୧୬/୧୨: ଉତ୍ତରପ୍ରଦେଶର ବାଙ୍ଗରମଉ ବିଧାୟକ କୁଲଦୀପ ସିଂହ ସେନ୍‌ଗରଙ୍କ ବିରୋଧରେ ଚାଲିଥିବା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦିଲ୍ଲୀର ଏକ କୋର୍ଟ ସୋମବାର ରାୟ ପ୍ରକାଶ କରିବେ । ଜିଲ୍ଲାଜଜ୍‌ ଧର୍ମେଶ ଶର୍ମାଙ୍କ କୋର୍ଟରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି । ୨୦୧୭ରେ ଚାକିରି ଆଶାରେ ତାଙ୍କ ପାଖକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେନ୍‌ଗର ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ଗତ ଜୁଲାଇରେ ପୀଡିତା ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରକ ଚଢ଼ାଇ ହତ୍ୟା କରିବାକୁ ପ୍ରୟାସ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ଲକ୍ଷ୍ନୌର ଦିଲ୍ଲୀ ସ୍ଥାନାନ୍ତର ହେବା ସହ ଗତ ଅଗଷ୍ଟରୁ ଶୁଣାଣି ଚାଲିଥିଲା ।

ସୂଚନାଯୋଗ୍ୟ ଯେ, ୨୦୧୭ରେ ପୀଡ଼ିତା ଏକ ଚାକିରି ପାଇବା ଆଶାରେ ସେଙ୍ଗରଙ୍କ ଘରକୁ ଯାଇଥିଲାବେଳେ ସେ ଓ ତାଙ୍କର ଜଣେ ସହଯୋଗୀ ପୀଡ଼ିତା ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ଦବାଇବା ପାଇଁ ତାଙ୍କ ବାପାଙ୍କ ନାମରେ ମିଥ୍ୟା ମାମଲା ଦାୟର କରାଯାଇଥିଲା । ପରେ ପୀଡିତାଙ୍କ ବାପା ଓ ଏହି ଘଟଣାର ଜଣେ ସାକ୍ଷୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। କିଛି ଦିନ ତଳେ ପୀଡ଼ିତା ନିଜ ପରିବାର ଲୋକଙ୍କ ସହ କାର୍‌ରେ ଯାଉଥିଲାବେଳେ ସେମାନଙ୍କୁ ସଡ଼କ ଦୁର୍ଘଟଣା ମାଧ୍ୟମରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ ପୀଡ଼ିତାଙ୍କ ଖୁଡୀ ଏବଂ ମାଉସୀଙ୍କର ମୃତ୍ୟୁ ହୋଇଥିଲା । ପୀଡ଼ିତା ଯୁବତୀ ଏବଂ ତାଙ୍କ ଓକିଲ ଏଥିରେ ଗୁରୁତର ଆହତ ହୋଇଥିଲେ । କୁଲଦୀପ ସିଂହ ସେନ୍‌ଗରଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୩୪୧, ୧୨୦ ବି, ୧୯୩ ଏବଂ ଧାରା ୨୫ ଅଧୀନରେ ସେମାନଙ୍କ ବିରୋଧରେ ଚାର୍ଜ ଫ୍ରେମ କରାଯାଇଛି । ଉନ୍ନାଓ ଦୁଷ୍କର୍ମ ଘଟଣା ସହ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ଏବେ ଦିଲ୍ଲୀର ଏକ କୋର୍ଟରେ ଶୁଣାଣି ହେବା ପରେ ରାୟ ସଂରକ୍ଷିତ ରହିଛି ।

   Related Posts