ସଂକ୍ରମଣର ରେକର୍ଡ : ୨୪ ଘଣ୍ଟାରେ ୩୦୦୦ ଟପିଲା ମୃତ୍ୟୁସଂଖ୍ୟା, ୩ ଲକ୍ଷ ୬୦ହଜାରରୁ ଅଧିକ ପଜିଟିଭ୍

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ,  ୨୮/୪ : ସାରା ଦେଶରେ ସ୍ଥିତି ଅସମ୍ଭାଳ । ହହୁ ହୋଇ ବଢିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ । ଆକ୍ରାନ୍ତ ସହ ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗୁନି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୦ ହଜାର ୯୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୯୩ ଲୋକଙ୍କ ଜୀବନ ନେଇଛି ମହାମାରୀ ।

wp:html /wp:html

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାର ୯୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୨୯୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୯୭ହଜାର ୨୭୬ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.