କଂଗ୍ରେସର ଟିକେଟ୍ କସରତ : ଆଜି ପୁଣି ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ

Published By : Prameya-News7 Bureau | March 17, 2019 IST

  ନୂଆଦିଲ୍ଲୀ ୧୭/୩: ଆଜି ଦିଲ୍ଲୀରେ ପୁଣି ବସିବ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ।  ପୂର୍ବରୁ ପ୍ରାୟ ୨ଟି ପର୍ଯ୍ୟାୟର ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ସରିଥିବା ବେଳେ ଆଜି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ନିମନ୍ତେ ବିଚାରବିମର୍ଶ ହେବାର ସମ୍ଭାବନା ରହିଛି । ଯେଉଁ ଆସନ ଗୁଡ଼ିକରେ ଏକାଧିକ ପ୍ରାର୍ଥୀ ରହିଛନ୍ତି, ସେଠାରେ ନାଁ ଫାଇନାଲ ହୋଇ କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ନିକଟକୁ ପଠାଯିବ ।

ସେପଟେ ଗତକାଲି ବସିଥିବା ସ୍କ୍ରିନିଂ କମିଟି ବୈଠକରେ ପ୍ରଥମ ଦୁଇଟି ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ସିଇସି ନିକଟକୁ ପଠାଯାଇଛି । ତେଣୁ ଆଜି ବା ଆସନ୍ତାକାଲି କମ୍ ସେ କମ୍  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.