ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଜିଲ୍ଲା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କରିବେ ଉଦଘାଟନ

Published By : Prameya-News7 Bureau | February 23, 2019 IST

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଜିଲ୍ଲା ଗସ୍ତ । ବଡମ୍ବା- ନରସିଂହପୁର ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦିନ ୧୨ଟା ୨୦ରେ ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲ ପଡିଆରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ୨୨୫ କୋଟି ଟଙ୍କାରେ ୧୬୨ଟି ଗାଁର ୨୫ହଜାର ଏକର ଚାଷ ଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

{"id":87754,"width":583,"height":321}

ସେହିଭଳି ବଡମ୍ବା - ନରସିଂହପୁର ଅଞ୍ଚଳ ପାଇଁ ୨୧୭ କୋଟି ଟଙ୍କାର ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଏବଂ ୧୫ ହଜାର ଏକର ଚାଷଜମିକୁ ଜଳସେଚିତ କରିବା ଉଦ୍ଦେଶ୍ୟରେ ୧୫୩ କୋଟି ଟଙ୍କାର ଦ୍ବିତୀୟ ପର୍ଯ୍ୟାୟ ମେଗା ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।  ଏହା ସହ ବଡମ୍ବା ବ୍ଲକର ୫୬ଟି ଏବଂ ନରସିଂହପୁର ବ୍ଲକର ୭୧ଟି ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.