Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଚତୁର୍ଦ୍ଧାମୂରତିଙ୍କ ଆଡପ ମଣ୍ଡପ ବିଜେ : ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର

24/06/2020 at 6:15 PM

ପୁରୀ ୨୪/୦୬ : ପୁରୀ ଶରଧାବାଲିରେ ରଥାରୁଢ଼ ଚତୁର୍ଦ୍ଧାମୂରତି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ସଂଧ୍ୟାଧୂପ ପରେ ରଥରେ ଘୋଡ଼ା ଖୋଲାଯାଇ ଚାରମାଳ ବନ୍ଧା ଯିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି । ରଥଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ସେପଟେ କରୋନା କଟକଣା ପାଇଁ ସରଧାବାଲି ଭକ୍ତଶୂନ୍ୟ ହୋଇଥିବା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର ରହିଛି । ….

ଭକ୍ତ ଶୂନ୍ୟ ବଡ଼ଦାଣ୍ଡ । ଭକ୍ତ ଶୂନ୍ୟ ଶରଧାବାଲି । ଏହାରି ଭିତରେ ଆଜି ସକାଳୁ ରଥାରୁଢ଼ ଚତୁର୍ଦ୍ଧାମୂରତିଙ୍କ ସମସ୍ତ ନୀତିକାନ୍ତି କରାଯାଇଥିବା ବେଳେ  ସଂଧ୍ୟାଧୂପ ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଆଡ଼ପମଣ୍ଡପ ବିଜେ ନୀତି । ରଥରୁ ଘୋଡ଼ା ଖୋଲଯିବା ପରେ କୋଠ ସୁଆଁସିଆ ସେବକଙ୍କ ଦ୍ବାରା ଚାରମାଳ ବନ୍ଧାଯାଇଥିଲା । ଆଉ ଚାରମାଳ ବନ୍ଧା ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କ ଗୋଟି ପହଣ୍ଡି । 

ଆଡ଼ପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯିବ । ଏଥର କୋଭିଡ୍‌ କଟକଣା ପାଇଁ ଶରଧାବାଲିରେ ନଥିଲା ଭକ୍ତଙ୍କ ଗହଳି ଚହଳି । ଆଡ଼ପ ମଣ୍ଡପରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଭକ୍ତ । ଆଡ଼ପ ମଣ୍ଡପକୁ ଠାକୁରଙ୍କ ପହଣ୍ଡିକୁ ନଜରରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର ରହିଛି ।

କାଲିଠୁ ବାହାରିବ ଆଡ଼ପ ଅବଢ଼ା ।  ହେଲେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କୁ ବାରଣ ଥିବା ବେଳେ ଭକ୍ତଙ୍କୁ ଅବଢ଼ା ଯୋଗାଇଦେବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି

   Related Posts