ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ : ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ୭ ନୂଆ ଚେହେରା

Published By : Prameya-News7 Bureau | September 26, 2021 IST

ଚଣ୍ଡୀଗଡ,୨୬/୦୯: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ। ଅପରାହ୍ନ ୪ଟା ୩୦ରେ ରାଜବନରେ ଆୟୋଜିତ ସମାରୋହରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ଚନ୍ନୀ ତାଙ୍କ ନୂଆ କ୍ୟାବିନେଟରେ ପୂର୍ବର ଅମରିନ୍ଦର ସିଂହଙ୍କ କ୍ୟାବିନେଟର ୫ ଜଣ ମନ୍ତ୍ରୀଙ୍କୁ ବାଦ୍‌ ଦେଇଛନ୍ତି ।

ଅମରିନ୍ଦରଙ୍କ କ୍ୟାବିନେଟର ୮ଜଣଙ୍କୁ ସେ ମନ୍ତ୍ରୀ କରିଥିଲା ବେଳେ ଆଉ ୭ ନୂଆ ଚେହେରାଙ୍କୁ ନେଇଛନ୍ତି । ନୂଆଦିଲ୍ଲୀରେ କ୍ୟାବିନେଟ ଚୂଡାନ୍ତ କରିବାକୁ ୩ ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ତେବେ ରାହୁଲଙ୍କୁ ଚନ୍ନୀ ଭେଟିବା ପରେ ତାହା ଚୂଡାନ୍ତ ହୋଇଥିଲା ।

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ ଚୂଡାନ୍ତ କରିଥିଲେ । ଶନିବାର ସେ ରାଜ୍ୟପାଳ ବନୱରି ଲାଲ ପୁରୋହିତଙ୍କୁ ଭେଟି ନୂଆ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.