ଆଜି ରାଜ୍ୟ କ୍ୟାବିନେଟ ବୈଠକ : କରୋନା ମୁକାବିଲା ନେଇ ହୋଇପାରେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | April 09, 2020 IST

ଭୁବନେଶ୍ବର୦୯।୦୪: ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ପୂର୍ବାହ୍ନ ୧୦ଟା.୪୫ ମିନିଟ୍‌ରେ ହେବାକୁ ଥିବା ଏହି ବୈଠକ ଏଥର ପାରମ୍ପରିକତାଠାରୁ ଟିକେ ଭିନ୍ନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ପରିବର୍ତ୍ତେ ନବୀନ ନିବାସରେ ରହିବେ। ଭିଡିଓ କନ୍‌ଫରେନ୍ସିଂରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ହେବ। ଯେଉଁ ମନ୍ତ୍ରୀ ଭୁବନେଶ୍ବରରେ ଥିବେ ସେମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେବେ। କରୋନା ସମ୍ପର୍କିତ ନିଷ୍ପତ୍ତି ଉପରେ କ୍ୟାବିନେଟ୍‌ ବୈଠକରେ ମୋହର ଲାଗିବା ଆଶା ରହିଛି।

କୋଭିଡ-୧୯ ଭାଇରସ୍‌ର ଭୟଙ୍କର ସଂକ୍ରମଣ ଜନିତ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। କାରଣ ବର୍ତ୍ତମାନ ସୁଦ୍ଧା କରୋନା ମୁକାବିଲା ନେଇ ରାଜ୍ୟ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା  ପାଇଁ ୭ଟି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତି ହୋଇଛି। ସେହିଭଳି ବିଭିନ୍ନ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.