ଦୀର୍ଘଦିନ ଧରି ଅଟକି ରହିଥିବା ବିଲକୁ ଆଜି ମିଳିଛି ମଞ୍ଜୁରି
9/08/2018 at 2:20 PM

Image Courtesy : A sand art is seen at the Bay of Bengal, Sea's eastern coast beach as it created by Indian sand artist Sudarshan Patnaik for public awareness about the Supreme Court Judgement about the muslim community. On 23 August 2107 in Puri,
India. (Photo by STR/NurPhoto via Getty Images)
ନୁଆ ଦିଲ୍ଲୀ ୯/୮ : ଆଜି କେନ୍ଦ୍ର କ୍ୟାବିନେଟ ଟ୍ରିପୁଲ ତଲାକର ସଂଶୋଧନକୁ ମଞ୍ଜୁରି ପ୍ରଦାନ କରିଛି । ଟ୍ରିପୁଲ ତଲାକ ମୁସଲମାନ ସମ୍ପ୍ରଦାୟର ପୁରୁଷମାନଙ୍କ ଦ୍ଵାରା ପରିଚାଳିତ ଏକ କୁପ୍ରଥା , ଯେଉଁଥିରେ ପୁରୁଷମାନେ ତିନିଥର ତଲାକ କହି ଛାଡ଼ ପତ୍ର ଦେଇ ଦିଅନ୍ତି । ଅବହେଳିତ ଓ ଅସହାୟ ଅବସ୍ଥାରେ ପଛରେ ରେ ରହିଯାଆନ୍ତି ସ୍ତ୍ରୀ ଓ ପିଲାମାନେ । କେନ୍ଦ୍ର ସରକାରଙ୍କ ବିଲରେ ନୁଆ ସଂଶୋଧନ ଅନୁଯାୟୀ ଟ୍ରିପୁଲ ତଲାକ ଏକ ଦଣ୍ଡନୀୟ ଅପରାଧ । “The Muslim Women Protection of Rights in Marriage Bill 2017’’ ଏହି ଆଇନ ଅନୁସାରେ ଟ୍ରିପୁଲ ତଲାକ ଦେଉଥିବା ପୁରୁଷମାନଙ୍କୁ ୩ ବର୍ଷର ଜେଲ ଦଣ୍ଡ ସହିତ ଜୋରିମାନା ଓ ସ୍ତ୍ରୀର ଭରଣ ପୋଷଣ ଖର୍ଚ୍ଚ ତୁଲାଇବାକୁ ପଡ଼ିବ ।