Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଣି ତେଜିଲା ଗୋଆ ରାଜନୀତି : ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି

17/03/2019 at 10:34 AM

 ପାନାଜୀ ୧୭/୩: ପୁଣି ତେଜିଲା ଗୋଆ ରାଜନୀତି । କଂଗ୍ରେସ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ମୃଦଳା ସିହ୍ନାଙ୍କ ନିକଟରେ ଦାବି କରିଥିବା ବେଳେ ଗଡ଼ ରକ୍ଷା କରିବା ଲକ୍ଷ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଖୋଜୁଛି ବିଜେପି । ଗୋଆର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଫ୍ରାନ୍ ସିସ୍  ଡି’ ସୌଜାଙ୍କ ମୃତ୍ୟୁ ପରେ ସରକାର ଗଢ଼ିବା ପାଇଁ ଦାବି କରିଛି କଂଗ୍ରେସ । କାରଣ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୭, ବିଜେପି ୧୩ଟି ଆସନ ଜିତିଥିଲା ।

ଏକକ ଦଳ ଭାବେ କଂଗ୍ରେସ ସର୍ବାଧିକ ଆସନ ପାଇଥିଲେ ମଧ୍ୟ ଅନ୍ୟ ଦଳ ସହାୟତାରେ ସରକାର ଗଢ଼ିଥିଲା ବିଜେପି । ଏବେ ବିଜେପିର ଜଣେ ବିଧାୟକ କମିବା ପରେ ପୁଣି ପୁରୁଣା ଦାବି ଦୋହରାଇଛି କଂଗ୍ରେସ। ସେପଟେ କଂଗ୍ରେସର ଆକ୍ରମଣକୁ ଦେଖି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅନୁସନ୍ଧାନରେ ବିଜେପି ।

ଚିକିତ୍ସା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନେଇଛି ବିଜେପି। ତେଣୁ ଆଜି ଗୋଆ ଗସ୍ତ କରିବେ ବିଜେପିର ପ୍ରତିନିଧି ଦଳ । ତିନି ସହଯୋଗୀ ଦଳଙ୍କ ସହିତ ଆଲୋଚନା କରି ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି।

   Related Posts