Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ବିଜେପୁର ବିଗ୍ ବ୍ୟାଟେଲ : ଉପନିର୍ବାଚନକୁ ଆଉ ମାତ୍ର ୬ ଦିନ ବାକି,ଆଜି ବନ୍ଦପାଲିରେ ବିଜେଡିର ମହିଳା ସମାବେଶ

13/10/2019 at 8:43 AM

ବରଗଡ଼ ୧୩/୧୦: ଜମିଗଲାଣି ବିଜେପୁର ନିର୍ବାଚନ । ଗ୍ରାଉଣ୍ଡରେ କର୍ମୀଙ୍କୁ ଧରି ପ୍ରଚାରରେ ମାତିଛନ୍ତି ନେତାଏ । ବିଜେପୁର ଉପ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି । ବିଜେଡି ଓ ବିଜେପି ପ୍ରଚାରକୁ ଜୋରଦାର କରୁଥିବା ବେଳେ କଂଗ୍ରେସ ବ୍ୟାକ ଫୁଟରେ ରହିଛି ।

କିନ୍ତୁ କଂଗ୍ରେସ ଯୁକ୍ତି ବାଢିଛି ବାଜା ବଜେଇ ହୋହଲ୍ଲା କରି ଆମେ ପ୍ରଚାର କରୁନୁ । କଂଗ୍ରେସ କର୍ମୀଙ୍କୁ ଧରି ଗାଁ ଗାଁ ବୁଲି  ପ୍ରଚାର କରୁଛୁ । ଯେଉଁଥି ପାଇଁ ଆମ ପ୍ରଚାର ଚାଲିଛି ବୋଲି ଜଣା ପଡୁନି । କଂଗ୍ରେସ କୁ ଲୋକେ ଚାହୁଁଛନ୍ତି ଏବଂ ଭୋଟ ଦେବେ ବୋଲି କଂଗ୍ରେସ ଦାବି କରିଛି । ଏପଟେ ଆଜି ବରପାଲିରେ ବିଜେଡି ପ୍ରଥି ରିତା ସାହୁ ପ୍ରଚାର କରୁଥିବାବେଳେ ବିଜେପୁର ବନ୍ଧପାଲିରେ ମହିଳା ସମାବେଶ କରିବ ବିଜେଡି ।ଏଥର ବିଜେପୁରରେ ବିଜେଡି ଜିତିବ ବୋଲି କନଫିଡେଣ୍ଟ ଥିଲେ ବି କେତେ ଭୋଟ ବ୍ୟବଧାନରେ ଜିତିବ ତାକୁ ନେଇ ଦ୍ବନ୍ଦରେ ଅଛି ।

ସେପଟେ ବିଜେପି ସାଂସଦ ଜୁଏଲ ଓରାମ, ପୂର୍ବତନ ବିଧାୟକ ରବି ନାୟକ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ଜୁଏଲ ଓରାମ ଗାଇସିଲେଟରେ ଦଳ ପାଇଁ ପ୍ରଚାର କରିବେ । କଂଗ୍ରେସର ସ୍ଥାନୀୟ ନେତା ପ୍ରତାପ ଦେବତା, ବିଧାୟକ ସନ୍ତୋଷ ସିଂ ସାଲୁଜା ବରପାଲିରେ ପ୍ରଚାର କରିବେ ।

   Related Posts