Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋନିଆଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

9/12/2019 at 1:25 PM

ନୂଆଦିଲ୍ଲୀ ୦୯।୧୨: ୭୩ବର୍ଷରେ ପାଦ ଥାପିଲେ ସୋନିଆ ଗାନ୍ଧୀ । ଭାରତୀୟ ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ଜାତୀୟ କଂଗ୍ରେସର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷ ଭାବେ ରହିଥିବାର ରେକର୍ଡ ମଧ୍ୟ ସୋନିଆ ଗାନ୍ଧୀଙ୍କ ନାମାରେ ରହିଛି  । ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯ୍ୟାତନା ଲାଗି ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ୯ଡିସେମ୍ବର ୧୯୪୬ର ଆଜିର ଦିନରେ ଇଟାଲୀର ଏକ ସହରରେ ଜନ୍ମନେଇଥିଲେ ସୋନିଆ ଗାନ୍ଧୀ ।

୧୯୬୮ମସିହାରେ ରାଜୀବ ଗାନ୍ଧୀଙ୍କ ସହିତ ସୋନିଆ ଗାନ୍ଧୀ ବିବାହ କରିଥିଲେ , ପରେ ୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ସକ୍ରିୟ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୯୮ରେ ଜାତୀୟ କଂଗ୍ରେସର କୋଲକାତା ଅଧିବେଶନେ ତାଙ୍କ ପାର୍ଟି ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା । ୧୯୯୮-୨୦୧୭ ପର୍ଯ୍ୟନ୍ତ ସେ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇସାରିଛନ୍ତି । ୨୦୧୭ରୁ  କଂଗ୍ରେସ ଅଧ୍ୟକ୍ଷ ଭାର ଗ୍ରହଣ କରିତିବା ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି ।  

   Related Posts