ଆଜି ଭାରତ ବନ୍ଦ : ଡାକରା ଦେଇଛନ୍ତି ପ୍ରାୟ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ୍ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ହରତାଳ

Published By : Prameya-News7 Bureau | November 26, 2020 IST

ଭୁବନେଶ୍ୱର ୨୬।୧୧: ଆଜି ଭାରତ ବନ୍ଦ । ଏହି ବନ୍ଦ ଡାକରା ଦେଇଛନ୍ତି ପ୍ରାୟ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ୍ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏହି ଭାରତ ବନ୍ଦର ଡାକରା ଦିଆଯାଇଛି । ତେବେ ବନ୍ଦ ସମୟରେ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି ।

ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଏକାଧିକ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ ଓଡ଼ିଶାରେ କଂଗ୍ରେସ ଏହାକୁ ସମର୍ଥନ କରୁଛି । ଏହି ବନ୍ଦକୁ ରାଜ୍ୟ କଂ ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଛିନ୍ତି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି।

ଅନ୍ୟପଟେ ଭାରତ ବନ୍ଦ ନେଇ କୌଣସି ସୂଚନା ସଂଘକୁ ଦିଆଯାଇନଥିବାରୁ ଘରୋଇ ବସ୍ ଚାଲିବ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ କମିସନରେଟ୍ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.