ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ଭାରତ ବଞ୍ଚାଅ ସମାବେଶ : ନାଗରିକ ସଂଶୋଧନ ଆଇନ ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪/୧୨: ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ଭାରତ ବଞ୍ଚାଅ ସମାବେଶ । ଏହି ସମାବେଶ କୃଷକ ବିରୋଧୀ ନୀତି, ମହିଳାଙ୍କ ପ୍ରତି ବଢିଥିବା ହିଂସା, ନିଯୁକ୍ତି ଓ ସମ୍ବିଧାନ କ୍ଷୁର୍ଣ୍ଣ ପ୍ରତିବାଦରେ କଂଗ୍ରେସ ନେତାମାନେ ଆନ୍ଦୋଳନ କରୁଛନ୍ତି । ଏହି ସମାବେଶରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗ ଦେବେ ।

{"id":197514,"sizeSlug":"large"}

ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବା ବେଳେ ସମାବେଶକୁ ସଫଳ କରାଇବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି । ଏହି ସମାବେଶରେ କଂଗ୍ରେସ ନାଗରିକ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବା ସହ ମୋଦୀ ସରକାରଙ୍କୁ ଘେରିବା ପାଇଁ ପ୍ରୟାସ କରିବ ।  ଏଠାରେ ସୂଚନା ଥାଉ କି କଂଗ୍ରେସ ସଂସଦର ଦୁଇଟି ଗୃହରେ ଏହି ଆଇନକୁ ବିରୋଧ କରିଥିଲା । ଏହି ଆଇନ ଧର୍ମ ଆଧାରରେ ଦେଶକୁ ବିଭାଜନ କରିବା ପାଇଁ ପ୍ରୟାସ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । 

{"id":197515,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.