ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି

Published By : Prameya-News7 Bureau | September 10, 2019 IST

ପୁରୀ ୧୦/୯: ଆଜି ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ବିପହର ଧୂପ ପରେ ପାଳିତ ହୋଇଥାଏ। ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି।

{"id":155915}

ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ପୂଜାପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି। ଏହାଛଡ଼ା ଆଜି ମଧ୍ୟ ଶୟନ ମହାପ୍ରଭୁ ପାର୍ଶ୍ବ ପରିବର୍ତ୍ତନ କରିବାର ପରମ୍ପରା ରହିଛି। ଦକ୍ଷିଣକୁ ମୁଖ କରି ଶୟନ କରିଥିବା ମହାପ୍ରଭୁ ଆଜି ଉତ୍ତରକୁ ପାର୍ଶ୍ବ ପରିବର୍ତ୍ତନ କରିଥାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.