Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ

1/12/2019 at 9:46 AM

ମୁମ୍ବାଇ ୦୧।୧୧: ଆଜି ମହାରାଷ୍ଟ୍ରରେ  ବିଧାନସଭାର ବାଚସ୍ପତି ନିର୍ବାଚନ । ବାଚସ୍ପତି ଦୌଡରେ ଆଗରେ ରହିଛନ୍ତି ଶାସକ ଶିବସେନା-ଏନସିପି-କଂଗ୍ରେସ ପ୍ରାର୍ଥୀ ନାନା ପଟୋଲେ।  ଏପଟେ ବିଜେପି  ମଧ୍ୟ ବାଚସ୍ପତି  ପଦ ପାଇଁ ଦେଉଛି କଡା ଟକ୍କର। ବିଜେପି  କିଶାନ କାଠୋରେଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି। ନାନା ପଟୋଲେ ବିଦର୍ଭର ସାକୋଲି ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ସେପଟେ କାଠୋରେ ଥାନେ ଜିଲ୍ଲାର ମୁର୍ବାଦ ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି।

ପଟୋଲେ ଓ କାଠୋରେ ଉଭୟ ଏଥର ଚତୁର୍ଥ ଥର ପାଇଁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଛିଡା କରିବାର ବିଜେପିର ଅଧିକାର ରହିଛି। ତେବେ ମହାରାଷ୍ଟ୍ର ବିଧାନସଭା  ବାଚସ୍ପତି  ବିନା ପ୍ରତିଦ୍ବନ୍ଦ୍ବିତାରେ ଚୟନ କରାଯିବାର ପରମ୍ପରା ରହି ଆସିଛି। ସେହି ଧାରା ବଜାୟ ରହିବ ବୋଲି କଂଗ୍ରେସ ଆଶା ବ୍ୟକ୍ତ କରିଛି। ବାଚସ୍ପତି ଚୟନ ପରେ ଆଜି ଅପରାହ୍ନ ୪ଟାରେ ବିଧାନସଭାକୁ ସମ୍ବୋଧିତ କରିବେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ।

ଗତକାଲି ଆସ୍ଥାଭୋଟରେ  ୨୮୮ ବିଶିଷ୍ଟ ସଦସ୍ୟ ବିଧାନସଭାରେ ୧୬୯ ବିଧାୟକ ଠାକରେ ସପକ୍ଷରେ ଭୋଟ ଦେଇଥିବାବେଳେ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥଇଲେ। ତେଣୁ ମହା ନାଟକରେ ବିଧାନସଭାରେ ଆଜି କେଉଁ ଦୃଶ୍ୟ  ଦେଖିବାକୁ ମିଳିବ ତାରି ଉପରେ ରହିଛି ସମସ୍ତଙ୍କ ନଜର।

   Related Posts