Sunday, March 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଲଲହଡା ନଗିରା ପଂଚାୟତର ସରପଞ୍ଚ ପଦବୀ ପାଇଁ ଆଜି ଉପ ନିର୍ବାଚନ

ଅନୁଗୁଳ ୬/୧୨: ପାଲଲହଡା ନଗିରା ପଂଚୟତର ସରପଞ୍ଚ ପଦବୀ ପାଇଁ ଆଜି ଉପ ନିର୍ବାଚନ ହେଉଛି। ୧୧ ଟି ବୁଥରେ ୧୬୦୦ ମତଦାତା ମତଦାନ କରୁଛନ୍ତି। ୩ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଏଠି ପୂର୍ବତନ ସରପଞ୍ଚ ଜଟିଆ ବାରିକଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି। ଜଟିଆଙ୍କ ସ୍ତ୍ରୀ ପିତନ ବାରିକ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ସହ ଆଇବନ ମହାରଣା ଏବଂ ନବ ବାରିକ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। କଡା ସୁରକ୍ଷା ଭିତରେ ନିର୍ବାଚନ ସକଳ ୭ଟାରୁ ଆରମ୍ଭ ହୋଇଛି। ଦିନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ସୂଚନା ରହିଛି।

158 Views

   ସମ୍ବନ୍ଧିତ ଖବର