ଆଜି ଦିଲ୍ଲୀରେ ଶାହାଙ୍କ ରାଲି : ପ୍ରଚାର କରିବେ ୪୦ ଷ୍ଟାର ପ୍ରଚାରକ

Published By : Prameya-News7 Bureau | January 23, 2020 IST

ନୂଆଦିଲ୍ଲୀ ୨୩/୧: ଆଜି ଦିଲ୍ଲୀରେ ଶାହାଙ୍କ ରାଲି । ଦିଲ୍ଲୀ ନିର୍ବାଚନ ଅବସରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତକାଲି ଷ୍ଟାର ପ୍ରଚାରକଙ୍କ ନାଁ ପ୍ରକାଶ କରିବା ପରେ ଆଜି ପ୍ରଚାର କରିବେ ଶାହା । ଚଳିତ ଥର ବିଜେପି ମୋଦିଙ୍କ ନେତୃତ୍ବରେ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି । ତେବେ ସେମାନଙ୍କ ମଧ୍ୟରେ ଅଧିକାଂଶ ନେତା ଦିଲ୍ଲୀ ବାହାରର ବୋଲି ଜଣାପଡ଼ିଛି ।

ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜେପି ମାତ୍ର ୩ଟି ଆସନ ହାତେଇବାକୁ ସମର୍ଥ ହୋଇଥିଲା । କିନ୍ତୁ ଏଥର ଦିଲ୍ଲୀ ଦଖଲ କରିବା ପାଇଁ ପ୍ରୟାସ କରୁଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.