ରାଜ୍ୟରେ ସୁସ୍ଥ ହେଲେ ୮୦୩୨ କରୋନା ଆକ୍ରାନ୍ତ, ସମୁଦାୟ ସୁସ୍ଥ...

Published By : Prameya-News7 Bureau | June 09, 2021 IST

ଭୁବନେଶ୍ବର, ୦୮/ ୦୬: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୩୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୭ ଲକ୍ଷ ୬୪ ହଜାର ୬୭୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୮୧ ଜଣ ରହିଛନ୍ତି ।

ସେହିପରି କଟକରୁ ୮୯୦, ପୁରୀରୁ ୪୬୭, ସୁନ୍ଦରଗଡ଼ରୁ ୪୬୨, ଅନୁଗୋଳ ୪୨୩, ବରଗଡ଼ରୁ ୩୭୨, ଯାଜପୁର ୩୫୪, ଜଗତସିଂହପୁରରୁ ୩୩୨, ମୟୁରଭଞ୍ଜରୁ ୩୧୨, ବାଲେଶ୍ୱରରୁ ୩୦୧, ରାୟଗଡ଼ାରୁ ୨୬୫, ବୌଦ୍ଧରୁ ୨୫୯ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ୨୫୫ ଜଣ ସୁସ୍ଥ ହୋଇଛନ୍ତି ।

ନବରଙ୍ଗପୁରରୁ ୨୪୯ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୨୦୯, କେଉଁଝରରୁ ୨୦୮, କୋରାପୁଟରୁ ୧୯୩, ସମ୍ୱଲପୁରରୁ ୧୯୦, କଳାହାଣ୍ଡିରୁ ୧୮୧, ଗଞ୍ଜାମରୁ ୧୪୩, ଭଦ୍ରକରୁ ୧୩୯, ସୋନ୍‌ପୁରରୁ ୧୨୦, ଦେବଗଡ଼ରୁ ୯୩, ମାଲକାନଗିରିରୁ ୮୫, ଝାରସୁଗୁଡ଼ାରୁ ୭୭, ଗଜପତିରୁ ୭୧, କନ୍ଧମାଳରୁ ୭୧, ବଲାଙ୍ଗିରରୁ ୭୦, ଡେଙ୍କାନାଳରୁ ୭୦, ନୂଆପଡ଼ାରୁ ୨୮ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି ।

ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ ୧୬୨ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୭,୬୪,୬୭୩ ଜଣ ସୁସ୍ଥ ହୋଇଛନ୍ତି ।

Another 8032 Covid patients have recovered and are being discharged on 09.06.2021

981 from Khordha
890 from Cuttack
467 from Puri
462 from Sundargarh
423 from Anugul
372 from Bargarh
354 from Jajapur
332 from Jagatsinghpur
312 from Mayurbhanj
301 from Baleswar
265 from Rayagada
259 from Boudh
255 from Nayagarh
249 from Nabarangpur
209 from Kendrapara
208 from Keonjhar
193 from Koraput
190 from Sambalpur
181 from Kalahandi
143 from Ganjam
139 from Bhadrak
120 from Sonepur
93 from Deogarh
85 from Malkangiri
77 from Jharsuguda
71 from Gajapati
71 from Kandhamal
70 from Bolangir
70 from Dhenkanal
28 from Nuapada
162 from State Pool

The total recovered cases of Odisha now stand at 764673

ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୨୯ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.