ବରଗଡ ଧନୁଯାତ୍ରାର ଆଜି ସପ୍ତମ ଦିନ : ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଲା ଓ ମଥୁରାରେ କଂସଙ୍କ ରଙ୍ଗସଭା

Published By : Prameya-News7 Bureau | January 06, 2020 IST

ବରଗଡ଼ ୬/୧: ବରଗଡ ଧନୁଯାତ୍ରାର ଆଜି ହେଉଛି ସପ୍ତମ ଦିନ । ଷଷ୍ଠ ଦିନରେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟ ଲୀଳା, ଗୋପାଙ୍ଗନା ମାନଙ୍କ ବସ୍ତ୍ର ହରଣ ତଥା ମା ଯଶୋଦାଙ୍କ ହାତରେ ଦଧି ଖାଉଥିବା ଦୃଶ୍ୟ ଦର୍ଶକ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲା । ଅନ୍ୟ ପଟେ ଗୋପପୁରରେ ମହାରାଜ କଂସ ଙ୍କ ପ୍ରେରିତ ସମସ୍ତ ରାକ୍ଷସ ଙ୍କ ନିଧନ ପରେ ମହାରାଜ କଂସ ହୋଇ ପଡ଼ିଛି ମର୍ମ।ହତ । ସେହି ପରି ମଥୁରା ନଗରୀରେ  ମହାରାଜ କଂସ  ଆୟୋଜନ କରିଛନ୍ତି ରଙ୍ଗସଭା ।ଏହ ଦୃଶ୍ୟ ବେଶ ଆକର୍ଷଣ କରିଛି  ଦର୍ଶକଙ୍କୁ ।  

{"id":207560,"sizeSlug":"large"}

ଧିରେ ଧିରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ସମଗ୍ର ଗୋପପୁରରେ ଆଉ ଛପି ରହି ନ ଥିବାବଳେ ଏବେ ଗୋପପୁରରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ଧନୁଯାତ୍ରାର ଷଷ୍ଠ ଦିନରେ ।  ଗୋପି ମାନଙ୍କ ଦହିବିକା ସହ ସାରା ଗୋପପୁର ଉତ୍ସବ ମୁଖରିତ ହୋଇ ପଡିଥିବାବଳେ କୃଷ୍ଣ ବଳରାମଙ୍କ ପ୍ରତିଦିନ ନୂଆ ନୂଆ ଅଲୌକିକ ଶକ୍ତି ବିଷୟରେ ପରିପ୍ରକାଶ ପାଉଛି । ଏପରି ସମୟରେ କୃଷ୍ଣ ତଥା ଗୋପାଳ ବାଳକଙ୍କ ଦୃଷ୍ଟାମୀ ଗୋପପୁରରେ ବଢିବାକୁ ଲାଗିଛି । ଠିକ ସେହିପରି ଷଷ୍ଠ ଦିନରେ ଯମୁନା ନଦୀରେ ଗାଧୋଉଥିବା ରାଧା ଏବଂ ଗୋପାଙ୍ଗନାଙ୍କ ବସ୍ତ୍ର ଚୋରି କରିନେଇଛନ୍ତି ନଟଖଟିଆ କାହ୍ନା । ଆଉ ବହୁତ କାକୁତି ମିନତି ପରେ ଗୋପାଙ୍ଗନା ମାନଙ୍କୁ ବସ୍ତ୍ର ଫେରେଇଛନ୍ତି ଭଗବାନ ଶ୍ରୀକୃଷ୍ଣ । ତବେ ଦର୍ଶକମାନେ ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ ଦୃଶ୍ୟ ଉପଭୋଗ କରି ଦ୍ବାପର ଯୁଗର ଗୋପପୁରକୁ ମନେ ପକାଇବା ସହ କୃଷ୍ଣ ରସରେ ମଜ୍ଜି ଯାଇଥିଲେ ।

{"id":207561,"sizeSlug":"large"}

କୃଷ୍ଣବଳରାମ ସମସ୍ତ ରାକ୍ଷସରାକ୍ଷସୀଙ୍କ ସଂହାର କରିବା ପରେ କଂସ ମର୍ମ।ହତ ହୋଇ ପଡି ରଙ୍ଗସଭାର ଆୟୋଜନ ପାଇଁ ନିମନ୍ତ୍ରୀତ କରିଛନ୍ତି ପଡୋଶୀ ରାଜ୍ୟର ରାଜନ୍ୟବର୍ଗଙ୍କୁ। କରଦରାଜାମାନେ ରଙ୍ଗସଭାରେ ଯୋଗଦେଇ କିପରି କୃଷ୍ଣବଳରାମ ବେନୀଭାଇଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କୁ ସାହାଯ୍ୟ କରିବେ ସନେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମହାରାଜା କଂସଙ୍କ ନିମନ୍ତ୍ରଣ ପାଇ ରଙ୍ଗସଭାକୁ ମଗଧର ରାଜା ଜରାସନ୍ଧ, ଶୌଣିତପୁରର ରାଜା ବାଣାସୁର,ତାରକାସୁର, କରିନ୍ଦ୍ର ରାଜା ପୌଣ୍ଡୁକ,କବୁଆର ମର୍କତ ରାଜା ବିବଧ, କଳିଙ୍ଗ ସମ୍ରାଟ ବଜ୍ରସେନ,ଚେଦ ରାଜା ଶିଶୁପାଳ,କୌରସ ନୃପତୀ ବକ୍ରଦନ୍ତ ପରି ବୀର ଓ ଜୋଦ୍ଧା ରାଜାମାନେ ଯୋଗ ଦେଇ ନିଜ ନିଜର ପରାକ୍ରମ ପ୍ରଦର୍ଶନ କରି ନିଜ ରାଜ୍ୟର ସୈନ୍ୟସାମନ୍ତ ସହିତ ଉପସ୍ଥିତ ରହି କୃଷ୍ଣଙ୍କୁ ହତ୍ୟା କରିବେ ବୋଲି ନିର୍ଭର ପ୍ରତିଶ୍ରୃତି ଦେଇଛନ୍ତି।  

{"id":207562,"sizeSlug":"large"}

 

ମହାରାଜ କଂସ ନିଜ ରାଜ୍ୟରେ ବିଭିନ୍ୟ ବିଭାଗରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ରାଜ ଦରବାରକୁ ଡାକି ମଥୁରା ନଗରରେ ପ୍ରଜାମାନଙ୍କ ଅଭିଯୋଗ ସହ ରାଜ୍ୟରେ ସମସ୍ୟାକୁ ସମାଧାନ କରିବା ସହ ତାଗିଦ୍ କରିଥିଲେ ।ଜିଲ୍ଲାପାଳ,ଆରକ୍ଷୀ ,ଅଧିକ୍ଷକ,ଯୋଗାଣ ଅଧିକାରୀ,ଅବକାରୀ ଅଧିକାରୀ,କୃଷି ଅଧିକାରୀ,ବନଖଣ୍ଡ ଅଧିକାରୀ ମାନଙ୍କ ସହ ପରାମର୍ଶ କରିବା ସହ ନିର୍ଦେଶ ଦେଇଥିଲେ ।ତେବେ ଷଷ୍ଠ ଦିନରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିବାବଳେ  ଧନୁଯାତ୍ରାର ରଙ୍ଗସଭାକୁ ଉପଭୋଗ କରିଥିଲେ ଦର୍ଶକ ।

{"id":207563,"sizeSlug":"large"}

ଧନୁଯାତ୍ରାର ସପ୍ତମ ଦିନରେ ମଥୁରାରେ ଧନୁଯାତ୍ରାର ଆୟୋଜନ ପାଇଁ କୃଷ୍ଣବଳରାମଙ୍କୁ  ନିମନ୍ତ୍ରଣ ପାଇଁ ନନ୍ଦରାଜା ଙ୍କ ଉଦ୍ଦେଶ୍ୟରେ ମହାରାଜା କଂସଙ୍କ ଚିଟାଉ ପ୍ରସ୍ତୁତ, ଗୋପାଙ୍ଗନାମାନଙ୍କ ଦଧି ବିକ୍ରୀ, ନାଉରିଆ ବେଶରେ କୃଷ୍ଣ ତଥା ଯମୁନା ନଦୀ ରେ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ ଅଭିନୀତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.