ମଙ୍ଗଳବାର କରୋନାରୁ ସୁସ୍ଥ ହେଲେ ୬୮୭, ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ଟପିଲା, ଗଞ୍ଜାମରୁ ଭଲ ହେଲେ ସର୍ବାଧିକ

Published By : Prameya-News7 Bureau | July 28, 2020 IST

ଭୁବନେଶ୍ଵର ୨୮।୦୭: ସମସ୍ତ ପ୍ରୟାସ ପରେ ବି ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ହଜାରରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଲୋକାଲ କେସ୍‌ ସଂଖ୍ୟା ମଧ୍ୟ ବଢି ଚାଲିଛି, ଯାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏସବୁ ମଧ୍ୟରେ ଆଶ୍ଵସ୍ତିକର ବିଷୟ ସଂକ୍ରମଣ ସହିତ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ସେହି ହାରରେ ବଢି ଚାଲିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୬୮୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ଟପି ୧୮୦୬୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମଙ୍ଗଳବାର ଟ୍ଵିଟ୍ କରାଯାଇ ଏହାର ସୂଚନା ଦିଆଯାଇଛି।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିରୁ ଗଞ୍ଜାମରୁ ସର୍ବାଧିକ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ପରି ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡରୁ ୩୫, ଝାରସୁଗୁଡାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮, କୋରାପୁଟରୁ ୧୭, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୪, ବରଗଡରୁ ୧୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html wp:html /wp:html

ସେହି ପରି ବାଲେଶ୍ଵର, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାୟଗଡାରୁ ୧୦, ଅନୁଗୁଳରୁ ୫, ନବରଙ୍ଗପୁରରୁ ୩, କଳାହାଣ୍ଡିରୁ ୨ ଏବଂ ବଲାଙ୍ଗିର ଓ ସୁନ୍ଦରଗଡରୁ ଗୋଟିଏ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆଜି ମୋଟ୍ ୬୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୧୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୨୮୧୦୭ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୬୮୭ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୧୮୦୬୦କୁ ବୃଦ୍ଧି ଘଟିଛି।  ସେହି ଭଳି ଆଜି ଏହି ମହାମାରୀରେ ୭ ଜଣଙ୍କ ମୃତ୍ୟୁ  ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.