Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିକେଟର ଭଗବାନଙ୍କୁ ବିଦାୟୀ ମ୍ୟାଚରେ ବିଜୟ ଭେଟି ଦେଇଥିଲେ ଓଡ଼ିଆ ପୁଅ : ସଚିନଙ୍କ ଜନ୍ମ ଦିନରେ ଜାଣନ୍ତୁ ପୂରା କାହାଣୀ..

ଭୁବନେଶ୍ୱର(କିଶନ ବରାଇ): ଆଜି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୬ତମ ଜନ୍ମଦିନ। ୨୨ଗଜର ପଡ଼ିଆରେ ତାଙ୍କୁ ନେଇ ଘଟିଥିବା ଅନେକ ସ୍ମରଣୀୟ କାହାଣୀକୁ ସମସ୍ତେ ମନେ ପକାଉଛନ୍ତି ଆଜି । ତେବେ ସଚିନଙ୍କ କ୍ରିକେଟ ଜୀବନ ସହ ଜଣେ ଓଡ଼ିଆ ପୁଅର ଏମିତି ସଂପର୍କ ରହିଛି ଯାହାକୁ ନେଇ ଆମେ ଗର୍ବ କରୁ । କୁହାଯାଏ, ଜଣେ ଖେଳାଳି ଲାଗି ତାହାର ପ୍ରଥମ ଓ ଅନ୍ତିମ ମ୍ୟାଚ୍ ହିଁ ସବୁଠୁ ବେଶୀ ଆବେଗପୂର୍ଣ୍ଣ ହୋଇଥାଏ ।

୨୪ ବର୍ଷର କ୍ୟାରିୟରରେ ସଚିନଙ୍କ ଶେଷ ମ୍ୟାଚ୍ ଥିଲା ୧୪ ନଭେମ୍ବର ୨୦୧୩ର, ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ । ସାରା ବିଶ୍ୱର ନଜର ଥିଲା ଏହି ମ୍ୟାଚ୍ । ମାଷ୍ଟରବ୍ଲାଷ୍ଟରଙ୍କ ବିଦାୟୀ ମ୍ୟାଚରେ ବିଜୟ ଭେଟି ଲାଗି ପ୍ରାର୍ଥନା କରୁଥିଲା ସାରା ଦେଶ । ଆଉ ବିଜୟ ବି ମିଳିଥିଲା ପୂରା ସାନଦାର୍ । ୩ଦିନରେ ଖେଳ ସରିଥିଲା । ଇନିଂସ ବିଜୟ ମିଳିଥିଲା ଭାରତକୁ । ସଚିନ ମଧ୍ୟ ଶେଷ ମ୍ୟାଚରେ ଖେଳିଥିଲେ ଅର୍ଦ୍ଧଶତକୀୟ ଇନିଂସ ।

ହେଲେ ଏହି ବୃହତ୍ତ ବିଜୟ ପଛରେ ଥିଲା ଓଡ଼ିଆ ପୁଅଙ୍କ ହାତ । ଚମତ୍କାର ପ୍ରଦର୍ଶନ କରିଥିଲେ ସ୍ପିନର ପ୍ରଜ୍ଞାନ ଓଝା । ଉଭୟ ଇନିଂସରେ ପାଞ୍ଚ ୱିକେଟ ଲେଖାଏଁ ନେଇଥିଲେ । ମ୍ୟାଚରେ ସମୁଦାୟ ୧୦ ୱିକେଟ ନେଇ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ଖୋଦ୍ ସଚିନ ପ୍ରଜ୍ଞାନଙ୍କ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଜ୍ଞାନଙ୍କ ପର୍ଫାମାନ୍ସ ହିଁ ସେଦିନ କ୍ରିକେଟର ଭଗବାନଙ୍କ ଶେଷ ମ୍ୟାଚକୁ ଅଭୁଲା କରିଥିଲେ ।

613 Views

   ସମ୍ବନ୍ଧିତ ଖବର